Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ୨ମୃତ, ୧୬ ଜଣ ଆହତ

ବାଲେଶ୍ୱର/ଦେବଗଡ : ଓଡିଶାର ବାଲେଶ୍ୱର ଓ ଦେବଗଡ ଜିଲ୍ଲାର ଦୁଇଟି ଭିନ୍ନଭିନ୍ନ ସଡକ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବାବେଳେ ପାଖାପାଖି ୧୬ଜଣ ଆହତ ହୋଇଛନ୍ତି ।

ସୁତ୍ରରୁ ପ୍ରକାଶ, ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ ଏବଂ ସେହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଅନ୍ୟଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି ।

ତେବେ ଏହି ସମସ୍ତ ଯାତ୍ରୀ ମୟୁରଭଞ୍ଜ ଜିଲ୍ଲା ବଇସିଙ୍ଗା ଥାନା ଅନ୍ତର୍ଗତ କଲମା ଗ୍ରାମର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୁର୍ଘଟଣାର ଶିକାର ହୋଇଥିବା ଏହି ୩ଜଣଙ୍କ ମଧ୍ୟରେ ଜଣେ ସାଇକେଲ ଆରୋହୀ ହୋଇଥିବାବେଳେ ଅନ୍ୟ ଦୁଇଜଣ ବାଇକରେ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ସେହିପରି ଦେବଗଡ ଅନ୍ତର୍ଗତ ଗାଏଲୋ ଘାଟିରେ ଏକ ମିନି ଟ୍ରକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା । ଏଥିରେ ଥିବା ସମସ୍ତ ୧୫ ଜଣ ମହିଳା ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।

Leave A Reply

Your email address will not be published.