Latest Odisha News

ଘାଟିରେ ଓଲଟିଲା ଟ୍ରକ:୨ ମୃତ

ଗଞ୍ଜାମ: ଘାଟିରେ ଓଲଟିଲା ଟ୍ରକ । ପାଟପୁର ଥାନା ତପ୍ତପାଣି ଘାଟିରେ ଓଲଟି ପଡିଲା ଟ୍ରକ୍‌ । ଏଥିରେ ୨ ଜଣ  ମୃତ୍ୟୁ ହୋଇଥିବା ଜଣାପଡିଛି ।  ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଟ୍ରକଟି ଗଜପତିରୁ ବ୍ରହ୍ମପୁର ଯାଉଥିଲା  । ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଟ୍ରକରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି  । ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

 

Leave A Reply

Your email address will not be published.