ବାଇକ୍ରେ ପ୍ରେମୀ ଯୁଗଳ ରୋମାନ୍ସ କରିବାର ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ହେଲେ ଦୁଇ ଯୁବତୀ ବାଇକ୍ରେ ଖୁଲମ୍ଖୁଲା ରୋମାନ୍ସ କରିବାର ଦେଖିଛନ୍ତି? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ଯୁବତୀ ବାଇକରେ ରୋମାନ୍ସ କରୁଛନ୍ତି । ଏହାକୁ ଦେଖିଲେ ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ,ଜଣେ ଯୁବତୀ ବାଇକ ଚଲାଉଥିବା ବେଳେ ଆଉ ଜଣେ ଯୁବତୀ ତାଙ୍କୁ ଜାବୁଡ଼ି ଧରିବା ସହ ସାମ୍ନା ପଟକୁ ପଛ କରି ବାଇକର ତେଲ ଟ୍ୟାଙ୍କି ଉପରେ ବସିଛନ୍ତି । ଆଉ ବାଇକ୍ ଚଲାଉଥିବା ଯୁବତୀଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ମଧ୍ୟ ଦେଉଛନ୍ତି । ରାଜରାସ୍ତା ଉପରେ ସେମାନେ ଏପରି ହରକତ କରୁଥିଲେ । ତେବେ ସେମାନଙ୍କ ଅଜାଣତରେ କେହି ଜଣେ ଏହି ଭିଡ଼ିଓ ରେକର୍ଡ଼ କରିବା ସହ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯୁବତୀ ଜଣକ ହ୍ୟାଣ୍ଡେଲ ନ ଧରି ଦ୍ରୁତଗତିରେ ବାଇକ ଚଲାଉଥିବା ଦେଖିବାକୁ ମିଳିଛି ।
ଭିଡିଓଟି କେଉଁଠୁ ଆସିଛି ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ, କିନ୍ତୁ ଗାଡିର ରେଜିଷ୍ଟ୍ରେସନ୍ ପ୍ଲେଟ୍ ଏହା ତାମିଲନାଡୁର ବୋଲି ଦର୍ଶାଉଛି । ଏହି ଦୃଶ୍ୟ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହା ସମାଜକୁ କଳୁଷିତ କରୁଛନ୍ତି ବୋଲି କହୁଥିବା ବେଳେ ଆଉ କିଛି ସେମାନଙ୍କୁ ଧରି ପୋଲିସ ଜିମା ଦେବା ଦରକାର ବୋଲି ମତପ୍ରକାଶ ପାଇଛି ।
Comments are closed.