Latest Odisha News

BREAKING NEWS

ପୋଲିସ ପରିଚୟ ଦେଇ ଲକ୍ଷେ ଟଙ୍କା ଝାମ୍ପି ନେଇଥିବା ୨ଲୁଟେରା ଗିରଫ

ଗଞ୍ଜାମ: ନିଜକୁ ପୋଲିସ ପରିଚୟ ଦେଇ ଗାଡ଼ି ଅଟକାଇ ଝାମ୍ପି ନେଇଥିଲେ ଲକ୍ଷେ ଟଙ୍କା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା । ଏହି ଲୁଟ୍ ଘଟଣାରେ ୨ଲୁଟେରା ଗିରଫ ହୋଇଛନ୍ତି ।

ଖବରଅନୁସାରେ,ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଦୁଇ ଜଣ ଲୁଟେରା ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ମୋହନାରୁ ବ୍ରହ୍ମପୁର ଅଭିମୁଖେ ସ୍କୁଟିରେ ଜଣେ ଯୁବକ ଲକ୍ଷେ ଟଙ୍କା ନେଇ ଯାଉଥିବା ସମୟରେ ଦୁଇ ଜଣ ପୋଲିସ ପରିଚୟ ଦେଇ ସମ୍ପୃକ୍ତ ଯୁବକକୁ ଅଟକାଇଥିଲେ । ଏହାପରେ ଲକ୍ଷେ ଟଙ୍କା ଝାମ୍ପିନେଇ ଚମ୍ପଟ ମାରିଥିଲେ ।

ଯୁବକ ଜଣକ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଖୋଳତାଡ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦିଗପହଣ୍ଡି ପୋଲିସ ଓ ସେମାନଙ୍କ ଠାରୁ ଲକ୍ଷେ ଟଙ୍କା ଉଦ୍ଧାର କରାଯାଇଛି ।

 

Comments are closed.