Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ, ଆଗପଛ ହୋଇ ଆସୁଛି ୨ଟି ଲଘୁଚାପ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଆସନ୍ତା ତିନିଦିନ ଧରି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଆଗପଛ ହୋଇ ଦାନା ବାନ୍ଧିପାରେ। ଏହା ପ୍ରଭାବରେ ବର୍ଷା ବଢ଼ିବା ନେଇ ସମ୍ଭାବନା ରହିଛି।

ଆସନ୍ତା ୧୩ ତାରିଖରୁ ବର୍ଷା ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୪ ତାରିଖ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଲଘୁଚାପ ରୂପ ମଧ୍ୟ ନେଇପାରେ । ଏହାର ଗତି ଉତ୍ତର-ପଶ୍ଚିମ ଆଡ଼କୁ ରହିବା ନେଇ ଆକଳନ କରାଯାଉଛି। ସେହିପରି ୧୯ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଲଘୁଚାପରେ ପରିଣତ ହେବା ନେଇ ଆଶଙ୍କା ରହିଛି। ଏହା ମଧ୍ୟ ଉତ୍ତର-ପଶ୍ଚିମକୁ ମୁହାଁଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ୧୧ରୁ ୧୮ ତାରିଖ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା ଅଛି। ୧୮ରୁ ୨୫ ତାରିଖ ଭିତରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ। ରାଜ୍ୟର ପଶ୍ଚିମ, ଦକ୍ଷିଣ, କେନ୍ଦ୍ରୀୟ ଓ ଉପକୂଳରେ ଅଧିକ ବର୍ଷିବ।

Comments are closed.