Latest Odisha News

BREAKING NEWS

ଆସୁଛି ଦୁଇଟି ଲଘୁଚାପ, ପୁଣି ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର: ଆସୁଛି ଦୁଇଟି ଲଘୁଚାପ । ଗୋଟିଏ ଆସନ୍ତା ୬ ତାରିଖ ବେଳକୁ ଏବଂ ଅନ୍ଯଟି ୧୩ ତାରିଖ ବେଳକୁ ଆସିବ ବୋଲି ଆକଳନ କରାଯାଉଛି। ତେବେ ଏହା ପୂର୍ବରୁ ୪ ତାରିଖରୁ ରାଜ୍ୟରେ ପାଣିପାଗ ବଦଳିବ ବୋଲି ସୂଚନା ରହିଛି। ବନ୍ୟା ପରେ ପରେ ରାଜ୍ୟରୁ ବର୍ଷା ଗାଏବ ରହିଛି। ତେଣୁ ଆଭ୍ୟନ୍ତରୀଣ ଓଡିଶାରେ ଗୁଳିଗୁଳି ଅନୁଭୂତ ହେଉଛି। ଏପରି ସ୍ଥିତିରେ ପୁଣିଥରେ ଲଘୁଚାପ ଆସିବ ବୋଲି ଜଣାପଡିଛି। ଯାହାକି ପୁଣିଥରେ ମୌସୁମୀକୁ ସକ୍ରିୟ କରିବ।

BjdElectrycity

ତେବେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୫ ତାରିଖ ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଆସିପାରେ। ପାଣିପାଗ ବିଭାଗ ଏପରି ଏକ ଆକଳନ କରିଛି। ତେବେ ପ୍ରଥମ ଲଘୁଚାପ ତୁଳନାରେ ଦ୍ବିତୀୟ ଲଘୁଚାପ ବେଳେ ଅଧିକ ବର୍ଷା ହେବ ବୋଲି ଆକଳନ କରଯାଉଛି।

ଆଇଏମଡି କହିଛି ବନ୍ୟା ପରେ ଆଉ ବର୍ଷା ନାହିଁ । ମୌସୁମୀ ଦୁର୍ବଳ ହୋଇଯାଇଥିଲା । ଦିନରେ ପ୍ରବଳ ଖରା ହେଉଥିବା ବେଳେ ଅଧିକ ଆଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଥିଲା । କିନ୍ତୁ ୭ ତାରିଖ ପରେ ପୁଣିଥରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି ।

ତେବେ ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଚଳିତ ମାସରେ ସ୍ୱାଭାବିକ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ କହିଛି।

Leave A Reply

Your email address will not be published.