ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧି କୂଳରେ ଅବସ୍ଥିତ ଚକ୍ରତୀର୍ଥ ପୂର୍ବରୁ ବାଙ୍କୀ ମୁହାଣ ନାମରେ ପରିଚିତ ଥିଲା। ବର୍ତ୍ତମାନ ସେ ନଦୀ ମାଳିନୀ ନାହିଁ। ତେଣୁ ମୁହାଣ ବି କୁହାଯାଏ । ଭାର୍ଗବୀ ନଦୀର ଏକ ଶାଖା ନଦୀ ମାଳିନୀ ଅତୀତରେ ବଡ଼ଦାଣ୍ଡର ବଳଗଣ୍ଡି ଦେଇ ଅଙ୍କା ବଙ୍କା ହୋଇ ଯାଇ ଏହି ଚକ୍ରତୀର୍ଥଠାରେ ସାଗରରେ ମିଶିଥିଲା । ଏହି ନଦୀର ଅଙ୍କାବଙ୍କା ସ୍ୱରୂପ ଦେଖି କେହିକେହି ଏହାକୁ ବାଙ୍କୀ ମାଳିନୀ ମଧ୍ୟ କହନ୍ତି। ତେଣୁ ଏହାର ମୁହାଣକୁ ବାଙ୍କୀ ମୁହାଣ କୁହାଯାଉଥିଲା। ରଥଯାତ୍ରା ସମୟରେ ଅତ୍ୟନ୍ତ କଷ୍ଟ ସ୍ୱୀକାର କରିବାକୁ ପଡୁଥିଲା। ଏପରିକି ଛଅ ଗୋଟି ରଥ ନିର୍ମାଣ କରିବାକୁ ପଡ଼ୁଥିଲା। ତେଣୁ ତ୍ରୟୋଦଶ ଶତାବ୍ଦୀରେ ରାଜା ନରସିଂହ ଦେବଙ୍କ ପତ୍ନୀ ରାଣୀ ଶରଧା ଦେବୀଙ୍କ ଇଚ୍ଛାକୁ ସମ୍ମlନ ଦେଇ ବାଲି ଦ୍ୱାରା ଏହି ନଦୀକୁ ସମ୍ପୂର୍ଣ୍ଣ ଭାବରେ ବାଲିରେ ପୋତା ଯାଇ ସେହି ଅଞ୍ଚଳକୁ ଶରଧାବାଲି କୁହାଗଲା ଓ ଏହାର ମୁହାଣକୁ ବାଙ୍କୀ ମୁହାଣ ଭାବରେ ଲୋକ ମୁଖରେ ରହିଗଲା ।
ଏହି ବାଙ୍କୀ ମୁହାଣର ଅନ୍ୟ ଏକ କାହାଣୀ ହେଲା :
ବାଙ୍କୀ ମୁହାଣ ବାଲିକୁଦେ
ବସିଲା ମନର ବିଷlଦେ
ବାଲିରେ ତିନିଗୋଟି ରଥ
ନିର୍ମାଣ କରିଣ ତୁରିତ ।
ନୟନ ବୁଜି ଧ୍ୟାନେ ଚିନ୍ତି
ଯେ ଜଗବନ୍ଧୁ ତିନି ମୂର୍ତ୍ତି
ବୋଇଲା ଏଥେ ବିଜେ କର
ମୁଁ ଯେବେ ସେବକ ତୋହର।
ହଁ ଆଜ୍ଞା ଏହା ଭକ୍ତ ବଳରାମ ଦାସଙ୍କ ଅମର ଗାଥା। ଯିଏ ନିଜର ନିଷ୍ଠା ଓ ଭାବ ଭକ୍ତିରେ ଶ୍ରୀଜଗନ୍ନାଥଙ୍କୁ ଏପରି ବାନ୍ଧି ଥିଲେ ଯେ ପ୍ରଭୂ ନନ୍ଦିଘୋଷ ଛାଡି ଆସି ବାଲି ରଥ ରେ ବିରାଜମାନ କରିଥିଲେ। ଏହାର ସ୍ମାରକୀ ସହ ଚକ୍ରତୀର୍ଥରେ ପ୍ରସିଦ୍ଧ ସୁନାର ଗୌରାଙ୍ଗ ମନ୍ଦିର ଅବସ୍ଥିତ। ପରମ ପ୍ରେମମୟ ଠାକୁର ଶ୍ରୀଚୈତନ୍ୟ ନିଜର ଅଠର ବର୍ଷ ଶ୍ରୀକ୍ଷେତ୍ରରେ ବିତାଇ ଥିଲେ। ତାଙ୍କ ସ୍ମୃତି ରକ୍ଷା ପାଇଁ ଏହି ସ୍ଥାନରେ ସ୍ମୃତି ମନ୍ଦିର, ଠାକୁରଙ୍କ ପିଲା ଦିନ ନାମ ଗୌରାଙ୍ଗ ଅନୁସାରେ ରଖାଯାଇଛି। ବୋଧହୁଏ ଗୌରାଙ୍ଗଙ୍କ ତନୁ ଅତ୍ୟନ୍ତ ଗୌରବର୍ଣ ଥିବାରୁ ଓ ସୁନlପରି ଝଟକୁ ଥିବାରୁ ନାମ କେବଳ ଗୌରାଙ୍ଗ ନହୋଇ ସୁନାର ଗୌରାଙ୍ଗ ହୋଇଛି। କିନ୍ତୁ ମନ୍ଦିରରେ ଅଷ୍ଟଧାତୁ ନିର୍ମିତ୍ତ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ଚକ୍ର ତୀର୍ଥ ନିକଟରେ ଦରିଆ ମହାବୀରଙ୍କ ମନ୍ଦିର ମଧ୍ୟ ରହିଛି। ଏଠାରେ ପ୍ରମୁଖ ଆକର୍ଷଣ ଭାବେ ମା ଲଷ୍ମୀ ଙ୍କ ପିତା ବରୁଣ ଦେବ ଙ୍କ ମନ୍ଦିର ଓ ଏଠାରେ ପୂଜିତ ଲଷ୍ମୀ ନୃସିଂହ ଙ୍କ ବିଷୟରେ ଜାଣିବା ଆଗାମୀ ଅଧ୍ୟାୟ ରେ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ଦେହରୁ ଦେହ ହୋଇ ଯାତ
ହୁଅଇ ପିତା ପୁତ୍ର ମତ ।
ଆତ୍ମାର ଜନ୍ମ ମୁର୍ତ୍ୟୁ ନାହିଁ
ଦେହରୁ ବିଲକ୍ଷଣ ସେହି।
ଯେସନେ ବୀଜୁ ବୃକ୍ଷ ଜାତ
ସେ ବୀଜ ପୁଣି ବୃକ୍ଷେ ସ୍ଥିତ।
ଵିପlକେ ଜନ୍ମ ମୃତ୍ୟୁ ନାହିଁ
ବୀଜର ଜନ୍ମ ମୃତ୍ୟୁ କାହିଁ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )