Latest Odisha News

ପୋଲିସ-ମାଓବାଦୀ ମୁହାଁମୁହିଁ , ୨ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିମାଡରେ ୨ ହାର୍ଡକୋର ମାଓବାଦୀ ମୃତ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ, ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ ।

ବିଜାପୁର ଜିଲ୍ଲାର କରି ଜଙ୍ଗଲରେ ଆଜି ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୁଚନା ମିଳିଥିଲା । ପରେ ଡିଆରଜି ଓ ତେଲେଙ୍ଗାନାର ଗ୍ରେହାଉଣ୍ଡ ଯବାନ ମିଳିତ ଭାବେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚାଳନା କରିଥିଲେ । ପରେ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।  ଫଳରେ ୨ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏଥିରେ ଆତୁର ନାଗରାମ ମହାଦେବପୁର ଏରିଆ କମିଟିର ଡି.ଭି.ସି.ଏମ ପଦରେ ଥିବା ମାଓ ନେତା ସୁନାଧରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାଓ ନେତାଙ୍କ ଚିନ୍ହଟ ହୋଇ ପାରି ନାହିଁ । ଘଟଣା ପରେ ମାଓବାଦୀ ମାନେ ସୁକୁମା ଓ ଦାନ୍ତେବାଡା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ବେଳେ ସୁରକ୍ଷା କର୍ମୀ ମାନେ ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରହିଥିବା ନେଇ ଜଣା ପଡ଼ିଛି ।

ଘଟଣାସ୍ଥଳରେ ଅପରେସନ ଜାରି ରହିଥିବା ବେଳେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିବାର ଅନୁମାନ କରାଯାଉଛି ।

 

Comments are closed, but trackbacks and pingbacks are open.