Latest Odisha News

ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ, ୨ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ । ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ । ଗଞ୍ଜେଇ ଭର୍ତ୍ତି ଏକ ପିକଅପ୍ ଭ୍ୟାନ ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ମାଛକୁଣ୍ଡ ଥାନା ଅନ୍ତର୍ଗତ ହରଗଣ୍ଡା ଅଞ୍ଚଳରୁ ଗଞ୍ଜେଇ ସଗର ଓ ମରିଛମାଲ ଦେଇ ଛତିଶଗଡ଼ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ଯୋଜନା ହୋଇଥିଲା । ଏ ସମ୍ପର୍କରେ କୋରାପୁଟ ଏସପି କୌଣସି ଏକ ବିଶେଷ ସୂତ୍ରରୁ ଖବର ଖବର ପାଇଥିଲେ । ଏସପିଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତଭାବେ ସଗର ଗାଁ ନିକଟ ଛକରେ ନାକାବନ୍ଦି କରିଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ନମ୍ବର ବିହୀନ ପିକଅପ୍ ବୋଲେରେ ଉପରେ ସନ୍ଦେହ କରି ଗାଡ଼ିକୁ ଅଟକାଇଥିଲେ । ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରୁ ଗଞ୍ଜେଇ ଜବତ ହୋଇଥିଲା । ପୋଲିସ ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ୨ଜଣକୁ ଗିରଫ କରିଥିଲେ ।

ଜବତ ହୋଇଥିବା ଗାଡ଼ିରୁ ୩୧୦ କେଜି ଗଞ୍ଜେଇ ଜବତ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ମାମଲାରେ ଚିତ୍ରକୋଣ୍ଡା ଅଞ୍ଚଳର ଦୈତାରୀ ଲକେଇ ଓ ମାଛକୁଣ୍ଡ ଥାନା ଅନ୍ତର୍ଗତ କୁମ୍ଭାରପୁଟ ଗାଁର ଖୋଗପତି ଗୋଲାରୀକୁ ପୋଲିସ ଗିରଫ କରିଛି । ଏହାର ଅଧିକ ତଦନ୍ତ ଜାରି ରହିଥିବା ନେଇ ନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ ମହାପାତ୍ର କହିଛନ୍ତି ।

Comments are closed, but trackbacks and pingbacks are open.