Latest Odisha News

BREAKING NEWS

କରୋନା କାଳରେ ବି ବଢିଛି ଦୁନିଆର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି

ନୂୂଆଦିଲ୍ଲୀ: ଆମର ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥା ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିଛି। ଗତ ଦୁଇ ବର୍ଷ ଧରି ମହାମାରୀ କବଳରେ ବିଶ୍ବବାସୀ। କୋଭିଡ-୧୯ ସଂକ୍ରମଣ ସାରା ବିଶ୍ୱରେ ପ୍ରାୟ ୬ ନିୟୁତ ଲୋକଙ୍କ ଜୀବନ ନେଇସାରିଲାଣି। ହଜାର ହଜାର ଲୋକ ଚାକିରି ହରାଇଛନ୍ତି। ଅନେକ ଦେଶର ଅର୍ଥନୀତି ଖରାପ ସ୍ଥିତି ଦେଇ ଗତି କରୁଛି। ଅବଶ୍ୟ, ମହାମାରୀ ସମୟରେ ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ଉପରେ କରୋନାର କାୟା ପଡ଼ିନଥିବା ଜଣାପଡ଼ିଛି। ଏହି ସମୟରେ ସେମାନଙ୍କର ସମ୍ପତ୍ତି ମଧ୍ୟ ବଢିଥିବା ଜଣାପଡ଼ିଛି।

ଅକ୍ସଫାମ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ଅବଧିରେ ଶ୍ରେଷ୍ଠ ୧୦ ଧନୀଙ୍କ ସମ୍ପତ୍ତି ଦ୍ୱିଗୁଣିତ ହୋଇଛି। ରିପୋର୍ଟ ଅନୁଯାୟୀ, “ମହାମାରୀ ସମୟରେ ପ୍ରାୟ ପ୍ରତ୍ୟେକ ଦିନ ଏକ ନୂତନ ବିଲିୟନେୟାର ସୃଷ୍ଟି ହୋଇଥିବା ଜଣାପଡ଼ିଛି। କରୋନା ଯୋଗୁ ୧୬୦ ନିୟୁତ ଲୋକ ଦାରିଦ୍ରରେ ଭିତରକୁ ଠେଲି ହୋଇଯାଇଥିବା ରିପୋର୍ଟ ମିଳିଛି।”

ରିପୋର୍ଟରେ ଦର୍ଶାଯାଇଛି ଯେ ମହାମାରୀ ଆରମ୍ଭରୁ ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଦ୍ୱିଗୁଣିତ ହୋଇଥିବାବେଳେ ୯୯% ଜନସଂଖ୍ୟାର ଆର୍ଥିକ ଅବସ୍ଥା ବିଗିଡି ଯାଇଛି।

Comments are closed, but trackbacks and pingbacks are open.