Latest Odisha News

କରୋନାରେ ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର: କରୋନାରେ ଦୁଇ ମାଓବାଦୀ ମୃତ । କରୋନାରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ । ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ଆଉ ଦୁଇ ଜଣ ଆତ୍ମସମର୍ପଣ  କରିଛନ୍ତି । କରୋନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରେସ୍ ବିଜ୍ଞପ୍ତିରେ ଏହା କହିଛି ତେଲେଙ୍ଗାନା ରାଷ୍ଟ୍ରୀୟ ମାଓ ଦଳ ।

ଜୁନ୍ ୨୧ ତାରିଖରେ ନାରାୟଣଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନାଁରେ ପୋଲିସ ପକ୍ଷରୁ ୪୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ହରିଭୂଷଣ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ସହ ତେଲଙ୍ଗାନା ସ୍ପେଶାଲ ଜୋନାଲ କମିଟିର ସଂପାଦକ ଥିଲେ । ସେ ୨୨ରୁ ଅଧିକ ମାଓ ଆକ୍ରମଣରେ ସାମିଲ ଥିଲେ । ତାଙ୍କ ନାଁରେ ବହୁ ମାମଲା ଥିଲା । ସେହିପରି ଏରିଆ କମିଟି ନେତ୍ରୀ ସାରକ୍କାଙ୍କ ମୃତ୍ୟୁ ମଧ୍ୟ କରୋନାରେ ହୋଇଥିବା କୁହାଯାଇଛି । ଉଭୟଙ୍କ ଅନ୍ତିମ ସଂସ୍କାର ଦଣ୍ଡକାରଣ୍ୟ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ କରୋନାରେ ପୀଡ଼ିତ ହୋଇଥିବାରୁ ପୋଲିସ୍ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓନେତା । ୪୦୦ ରାଉଣ୍ଡ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି ଦୁଇ ଜଣ ମାଓବାଦୀ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ କାହ୍ନା ଡିଭିଜନ୍ ମାଓ ସଂଗଠନର ପ୍ଳାଟୁନ୍ କମାଣ୍ଡର ଦିବାକର୍ ଓ ମହିଳା ମାଓବାଦୀ ଲକ୍ଷ୍ମୀ, ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ର କବୀରଧାମ ଏସ୍‌ପି ଶାଲାବ ସିହ୍ନାଙ୍କ ନିକଟରେ ସେମାନେ ସରେଣ୍ଡର କରିଛନ୍ତି । ୧୦ ଲକ୍ଷ ଟଙ୍କା, ଲ୍ୟାଣ୍ଡମାଇନ୍ ଓ ବିସ୍ଫୋରକ, ଏମାନେ ପୋଲିସ୍ ପାଖରେ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.