Latest Odisha News

BREAKING NEWS

ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ

ବ୍ରାଜିଲ : ବିଭିନ୍ନ ରାଷ୍ଟ୍ରରେ ପୁଣି ଚିନ୍ତା ବଢାଇଲାଣି କିଲର ଭାଇରସ । ଏହି କ୍ରମରେ ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ । କରୋନା ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ପୁଣି ଦେଖାଦେଇଛି ଆତଙ୍କ । ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି- ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଚିନ୍ତାରେ ପଡିଛନ୍ତି ସରକାର ।

ସେହିପରି ଦେଶରେ ଟିକାକରଣ ପ୍ରକ୍ରିୟାରେ ଅଗ୍ରଗତି ହେଉ ନଥିବାରୁ ସଂକ୍ରମଣ ଏବେ ଚିନ୍ତା ବଢ଼ାଇବାରେ ଲାଗିଛି । ଆମେରିକାର ବର୍ତ୍ତମାନ ସୁଦ୍ଧା ୩ କୋଟି ୪୪ ଲକ୍ଷ ୪୯ ହଜାର କୋଭିଡ ରୋଗୀ ଚିହ୍ନଟ ହୋଇଥିବା ବେଳେ, ଭାରତରେ ୩ କୋଟି ୮୨ ଲକ୍ଷ ୭୭୮ କେସ୍ ଚିହ୍ନଟ ହେଲାଣି । ତେବେ ବ୍ରାଜିଲରେ ଏଯାଏଁ ୧ କୋଟି ୮୧ ଲକ୍ଷ ୭୦ ହଜାର ୭୭୮ ରୋଗୀ ଚିହ୍ନଟ ହେଲେଣି । କରୋନା ସଂକ୍ରମଣରେ ଆମେରିକା ପ୍ରତମ ସ୍ଥାନରେ ଥିବା ବେଳେ, ଦ୍ବିତୀୟରେ ଭାରତ ଓ ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ । ସେହିପରି ବ୍ରାଜିଲରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୭ ହଜାରରୁ ଅଧିକ ହେଲାଣି । ଯାହାକୁ ନେଇ ପରିସ୍ଥିତି ଆଗକୁ ବିଗିଡିବାର ଆଶଙ୍କା ଦେଖାଦେଲାଣି ।

Leave A Reply

Your email address will not be published.