ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେଓ୍ଵାଡ଼ା ଜିଲ୍ଲାରେ ପୋଲିସ- ମାଓବାଦୀ ଗୁଳି ବିନିମୟ। ଏଥିରେ ଦୁଇଜଣ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା।
ମିଳିଥିବା ସୂଚନାନୁସାରେ, ମୃତାକାଲୋପର ଜଙ୍ଗଲରେ ମାଓବାଦୀମାନେ ଏକ ବଡ଼ ଧରଣର କ୍ୟାମ୍ପ୍ ପକାଇଥିବା ସୂଚନା ପାଇଥିଲା ପୋଲିସ। ଏହାପରେ ଦନ୍ତେଓ୍ଵାଡ଼ାର ‘ଡିଆର୍ଜି’ ଯବାନମାନେ ମାଓ ଦମନ ଅଭିଯାନ ଆରମ୍ଭ କରିଥିଲେ।
ଅନ୍ୟପଟେ ପୁଲିସର ଉପସ୍ଥିତି ସମ୍ପର୍କରେ ଜାଣିପାରି ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ମହିଳା ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ମୃତ ଦୁଇ ମହିଳା ଆତଙ୍କବାଦୀଙ୍କ ମଧ୍ୟରୁ ପରିଚୟ ମିଳିଥିବା ଜଣଙ୍କର ନାମ ହେଉଛି ଇଜେ ମରକୋମ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଅବଶିଷ୍ଟ ମାଓବାଦୀମାନେ ପୋଲିସ ଗୁଲିକି ସମ୍ନା ନକରି ପାରି ଘଟଣା ସ୍ଥଳରୁ ପଳାୟନ କରିଥିଲେ।
ଘଟଣା ସ୍ଥଳରୁ ପୋଲିସ ଦୁଇଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି।
Comments are closed.