Latest Odisha News

BREAKING NEWS

କୋରାପୁଟରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ ; ୧୩ ଟି ବଗି ପ୍ରଭାବିତ

ଜୟପୁର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ଦେଇ ଯାଇଥିବା ରେଳ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, କିରଣ୍ଡଲ୍‌ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନ୍‌ କେଭିଏଫ୍‌/୫୦ ମଙ୍ଗଳବାର ଭୋର ପ୍ରାୟ ୪.୩୦ ମିନିଟ୍‌ରେ ମାଳିଗୁଡ଼ା ଟନେଲ୍‌ ରେ ଧାରଣାଚ୍ୟୁତ ହୋଇଛି। ଏହାଦ୍ୱାରା ଟ୍ରେନ୍‌ର ୧୩ଟି ଓ୍ଵାଗନ୍‌ ପ୍ରଭାବିତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି।

ତେବେ ରେଳ ଧାରଣା ନଷ୍ଟ ହୋଇଯାଇଥିବାରୁ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଚାଲିବା ସହ ଆଗମୀ ୨୪ ଘଣ୍ଟା ମଧ୍ୟରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି। ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Leave A Reply

Your email address will not be published.