Latest Odisha News

ନଦୀରେ ବୁଡ଼ି ଦୁଇ ଅଙ୍ଗନୱାଡ଼ି ଶିଶୁଙ୍କ ମୃତ୍ୟୁ

ଜି. ଉଦୟଗିରି: ଟିକାବାଲିର ଛାତିଝରା ଗ୍ରାମରେ ନଦୀରେ ବୁଡ଼ି ଅଙ୍ଗନୱାଡ଼ି ପାଠ ପଢୁଥିବା ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି, ଜ୍ୟୋତିଷ ଦେହୁରୀଙ୍କ ଝିଅ ଯାଜ୍ଞସିନୀ ଏବଂ ଯୁଧିଷ୍ଠିର ଦେହୁରୀଙ୍କ ଝିଅ ସତ୍ୟଜିତ୍ । ରବିବାର ସକାଳେ ଉଭୟ ତାଙ୍କ ବଡ଼ ମା’ ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ଶୌଚ ହେବା ସମୟରେ ଉଭୟ ଶିଶୁ ନଜରରୁ ଖସି ଯାଇ ପାଣିରେ ବୁଡ଼ି ଯାଇଥିଲେ । କିଛି ସମୟ ପରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତ ଶରୀର ପାଣିରୁ ମିଳିଥିଲା । ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ଡାକ୍ତର ସେମାନଙ୍କୁ ବିଧିବଦ୍ଧ ମୃତ ଘୋଷଣା କରିଥିଲେ ।

ଟିକାବାଲି ପୋଲିସ ୪,୫/୨୦୨୨ରେ ଅପମୃତ୍ୟୁ ମାମଲା ରୁଜୁ କରିଛି । ଦୁଇ ଶିଶୁଙ୍କ ମୃତ ଦେହର ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ।

Comments are closed.