Latest Odisha News

BREAKING NEWS

ପଟିଆ ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ…

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର। ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପଟିଆ ନିକଟସ୍ଥ ମାଛ ଦୋକାନରେ କାମ କରୁଥିବା ଦୁଇ ଭଉଣୀକୁ ଦୁଇ ଜଣ ଯୁବକ ଅପହରଣ କରିନେଇଥିଲେ । ଜଣକୁ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟଜଣକୁ ୧୪ ବର୍ଷ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଯୁବକ ଅପହରଣ କରି ରେଳ ଓଭରବ୍ରିଜ ତଳକୁ ନେଇ ବାନ୍ଧି ରଖିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟ ନାବାଳିକା ଆଜି ସକାଳେ ଘରକୁ ଫେରି ଏହି ବିଷୟ ଜଣାଇବା ପରେ ଚାଇଲଡ ଲାଇନ ସହାୟତାରେ ସରକାରୀ ରେଳବାଇ ପୁଲିସ ଥାନାରେ ଏତଲା ଦିଆଯାଇଛି।

ସେହି ଦୁଇ ଜଣ ଯୁବକଙ୍କୁ ପୀଡିତା ଦୁଇ ନାବାଳିକା ଓ ସେମାନଙ୍କ ପରିବାର ଲୋକେ ଜାଣିଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି  ।

Leave A Reply

Your email address will not be published.