Latest Odisha News

ସ୍ୱଧାର ଗୃହରୁ ଦୁଇ ଜଣ ନାବାଳିକା ନିଖୋଜ

ରାୟଗଡ଼ା: ରାୟଗଡ଼ା ସହରରେ ଥିବା ସେହ୍ନ ସ୍ୱଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ହୋଇ ଯାଇଛନ୍ତି । ସ୍ୱଧାର ଗୃହରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡ଼ା ଥାନାରେ ୨ ନାବାଳିକା ନିଖୋଜ ନେଇ ଏତଲା ହୋଇଛି ।

ଅଭିଯୋଗ ମିଳିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ରାୟଗଡ଼ା ସହର ହାଉସିଂ ବୋର୍ଡ କଲୋନୀ ଠାରେ ରହିଥିବା ସେହ୍ନ ସ୍ୱଧାର ଗୃହରୁ ୨ ନାବାଳିକା ନିଖୋଜ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ନାବାଳିକାଙ୍କ ଖୋଜ ଖବର ମିଳି ନାହିଁ ।

ଗତ ୪ ତାରିଖରୁ ନାବାଳିକ ଦ୍ୱୟ ନିଖୋଜ ରହିଥିବା ସୂଚନା ମିଳିଛି । ତେବେ କିଭଳି, କେଉଁ ପରିସ୍ଥିତିରେ ନାବାଳିକ ଦୁଇ ଜଣ ନିଖୋଜ ହେଲେ ତାହା ଜଣା ପଡ଼ିନାହିଁ ।

Comments are closed.