Latest Odisha News

BREAKING NEWS

କୂଅରେ ଖସି ପଡ଼ିବାରୁ ଦୁଇ କୁନି ଝିଅଙ୍କ ମୃତ୍ୟୁ

ସୋନପୁର: କୂଅରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ସୋନପୁର ଜିଲ୍ଲା ବିରମହାରାଜପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।ମୃତ ଦୁଇ ଭଉଣୀ ହେଲେ ୨ ବର୍ଷୀୟ ଦିଶା ମିଶ୍ର ଏବଂ ବର୍ଷକର ସିଦ୍ଧିଶ୍ରୀ ଶତପଥୀ।

ବୀରମହାରାଜପୁର ଛକରେ ଆଲୋକ ମିଶ୍ରଙ୍କ ଘର। ତାଙ୍କ ଝିଅ ହେଉଛନ୍ତି ୨ ବର୍ଷୀୟ ଝିଅ ଦିଶା ମିଶ୍ର। ଏବଂ ତାଙ୍କ ଭଉଣୀ ଅଳକା ମିଶ୍ରଙ୍କ ଏକମାତ୍ର ଏକ ବର୍ଷୀୟ ଝିଅ ହେଉଛନ୍ତି ସିଦ୍ଧିଶ୍ରୀ ଶତପଥୀ।

ସଂଧ୍ୟା ସମୟରେ ପରିବାର ଲୋକେ ଘର ଭିତରେ ଥିଲେ। ଦୁଇ ଭଉଣୀ ଘର ପଛରେ ଥିବା କୂଅ ନିକଟରେ ଖେଳୁଥିଲେ। ଏହି ସମୟରେ ଉଭୟ କୂଅ ଭିତରକୁ ଖସି ପଡ଼ିଥିଲେ। ପରିବାର ଲୋକେ ଜାଣିବା ବେଳକୁ ଦୁଇ ଝିଅଙ୍କର ମୃତ୍ୟୁ ଘଟିସାରିଥିଲା। ଉଭୟଙ୍କୁ କିନ୍ତୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପ୍ରଥମେ ପରିବାର ଲୋକେ ହଠାତ ଦୁଇ ଝିଅକୁ ଖୋଜିଥିଲେ। କିନ୍ତୁ କୌଣସି ଖୋଜଖବର ପାଇନଥିଲେ। ଏହାପରେ ସନ୍ଦେହ ହେବାରୁ ଜାଣିବାକୁ ପାଇଥିଲେ ଯେ କୂଅ ଭିତରେ ଦୁଇ ଝିଅ ଖସି ପଡ଼ିଛନ୍ତି। ଏହାପରେ ଦମକଳ ବାହିନୀକୁ ଖବର ଦେଇଥିଲେ।ହେଲେ ଉଦ୍ଧାର ହେବା ବେଳକୁ ଦୁଇ ଝିଅଙ୍କର ମୃତ୍ୟୁ ହୋଇସାରିଥିଲା।

କିନ୍ତୁ ଅଗ୍ନିଶମ ବିଭାଗ ଉଭୟ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Comments are closed.