Latest Odisha News

BREAKING NEWS

ଲକ୍ଷ୍ମୀ ମାର୍କେଟ ଅଗ୍ନି ଦୁର୍ଘଟଣାର ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ:ବଡଦାଣ୍ଡ ଗ୍ରାଣ୍ଡ ରୋଡ଼ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି କାଣ୍ଡ ଘଟଣାର କାରଣ, ନିରାକରଣ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହାର ଯେପରି ପୁନରାବୃତି ନ ହେବ ସେଥିନେଇ ଆଲୋଚନା ହୋଇଥିଲା । ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ମାର୍ଚ୍ଚ ୮ ହୋଲି ଦିନ ପ୍ରାୟ ରାତି ୮ ଟା ସମୟରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନି କାଣ୍ଡ ଘଟିଥିଲା । ଏହି କମ୍ପ୍ଲେକ୍ସର ତଳ ମହଲାରେ ୪୩ଟି ବ୍ୟବସାୟିକ ଦୋକାନ, ପ୍ରଥମ ମହଲାର ବାମ ପାର୍ଶ୍ଵରେ ସପିଙ୍ଗ ମଲ ଓ ଡାହାଣ ପାର୍ଶ୍ଵରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ରହିଥିଲା । ଦ୍ୱିତୀୟ ଓ ତୃତୀୟ ମହଲାରେ ହୋଟେଲ ସମ୍ରାଟ ରହିଥିଲା । ଏହି ହୋଟେଲରେ ରହୁଥିବା ପର‌୍ୟ୍ୟଟକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ସେମାନଙ୍କ ସାମଗ୍ରୀ ଗୁଡିକ ମଧ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇଥିଲା ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ ।

ଜିଲ୍ଲା ଅଗ୍ନି ଶମ ଅଧିକାରୀ ନାରାୟଣ ଦାସ ଏହି ନିଆଁ ଲିଭାରେ ୧୧ଟି ଅଗ୍ନି ନିର୍ବାପକ ଗାଡି,୨୦୦ କର୍ମଚାରୀ,୩୬ ଘଣ୍ଟା ଲାଗି ନିଆଁକୁ ଆୟତ୍ତ କରିଥିଲେ । ଏହି କମ୍ପ୍ଲେକ୍ସର ତିନି ପାର୍ଶ୍ଵରୁ ପ୍ରବେଶ ସୁବିଧା ନ ଥିଲା । କେବଳ ସମ୍ମୁଖ ଭାଗରୁ ହିଁ ନିଆଁ ଲିଭା ଉଦ୍ୟମ କରାଯାଇଥିଲା ବୋଲି କହିଥିଲେ । ଉପଜିଲ୍ଲାପାଳ ଭବତାରଣ ସାହୁ ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ ଥିବା ସମସ୍ତ ବିଲଡିଙ୍ଗ ଗୁଡ଼ିକର ସମୀକ୍ଷା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ଓସଡାମାର ଜିଏମ ମଳୟ ପ୍ରଧାନ ଯେପରି ଏଭଳି ଦୁର୍ଘଟଣା ନ ହେବ ସେଥିପ୍ରତି ସମସ୍ତେ ସତର୍କ ରହିବା ଉଚିତ ବୋଲି କହିଥିଲେ । ଏକ ଯୁଗ୍ମ ଟିମ ବିଲ୍ଡିଂ ନିର୍ମାଣ ବୈଷୟିକ ଅଧିକାରୀ, ଫାୟାର ଅଧିକାରୀ, ବିଦ୍ୟୁତ ବିଭାଗ, ବିଲଡିଙ୍ଗ ନିର୍ମାଣ ଅନୁମତି ଦେଉଥିବା ଅଧିକାରୀ ମାନଙ୍କୁ ନେଇ ବିଲ୍ଡିଂର ପୂର୍ଣ୍ଣାଙ୍ଗ ଅଡିଟ କରିବାକୁ ସେ ମତ ଦେଇଥିଲେ । ୨୦୧୭ ପୂର୍ବର ଓ ୨୦୧୭ ପରର ବିଲଡିଙ୍ଗ ଗୁଡିକର ନିୟମ ଅନୁସାରେ ସମୀକ୍ଷା ହେବା ଜରୁରୀ ବୋଲି ସେ କହିଥିଲେ ।

Leave A Reply

Your email address will not be published.