Latest Odisha News

BREAKING NEWS

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ; ବିଶାଖାପାଟଣା ଫେରାର ବେଳେ ଧରିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଜନ୍ମାଇ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।୪ ଅଭିଯୁକ୍ତମାନେ ବିଶାଖାପାଟଣା ଫେରାର ହେଉଥିବା ବେଳେ ଆନ୍ଧ୍ରରୁ ସେମାନଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି ।

ଗିରଫ ପରେ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି  ସୂଚନା ଦେଇଛନ୍ତି। ପୋଲିସ ଘଟଣା ବେଳେ ବ୍ୟବହୃତ ମୋବାଇଲ ଓ ବାଇକ୍‌ ଜବତ କରିଛି। କେସ୍‌ ନଂ ୨୪୦/୨୫ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି। ପୋଲିସ ଘଟଣା ବେଳେ ବ୍ୟବହୃତ ମୋବାଇଲ ଓ ବାଇକ୍‌ ଜବତ କରିଛି।

 

Comments are closed.