ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କରମୂଲା ଗ୍ରାମରେ ଗୁରୁବାର ଦିନ ଏକ ପୋଖରୀରେ ଗାଧୋଉଥିବା ବେଳେ ୨ ନାବାଳିକା ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନାନୁସାରେ ଅନିତା ଓ ଅଙ୍କିତା ମଲ୍ଲିକ ନାମକ ଦୁଇ ଭଉଣୀ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।
ପରେ ଦୁହେଁ ପାଣିରେ ବୁଡ଼ିଯାଇଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ମେଡିକାଲ ନିଆଯାଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ସୂଚନା ମିଳିଛି।
Comments are closed.