ଭୁବନେଶ୍ୱର : ଜାମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡର ରହମତ ଅନସାରୀ, ବିଶାଲ ପାଣ୍ଡେ, ବିହାରର ଶେଖର ଗୌତମ । ସମ୍ବଲପୁର ଅଇଁଠାପାଲି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ଲକ୍ଷେ ୧୩ ହଜାର ଟଙ୍କା , ଲାପଟପ୍, ମୋବାଇଲ ଓ ଏଟିଏମ କାର୍ଡ ଜବତ କରିଛି ।
ସୂଚନା ଅନୁସାରେ ସମ୍ବଲପୁର ଜଣେ ବ୍ୟକ୍ତିଙ୍କ ନିକଟରୁ ୨ ଲକ୍ଷ ଟଙ୍କା ସାଇବର ଠକେଇ ମାଧ୍ୟମରେ ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ ।ଏନେଇ ଥାନାରେ ଅଭିଯୋଗ କରିଥିଲେ ବ୍ୟକ୍ତି ଜଣକ । ଏହି ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛିା
ଏହି ଯୁବକ ତିନି ଜଣ ହେଉଛନ୍ତି ଇଞ୍ଜିନିୟରିଂ କଲେଜର ଛାତ୍ର । ଗତ ୧୧ ତାରିଖେରେ ୪ ଜଣ ଛାତ୍ର ନିଖୋଜ ଥିବା ପୋଲିସ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ମାମଲାର ପର୍ଦ୍ଦାଫାସ ହୋଇଛି । ଏହି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କଲା ପୋଲିସ ।
Comments are closed.