Latest Odisha News

BREAKING NEWS

Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ନକଲି ନୋଟ କାରବାର । ଗତ ଅକ୍ଟୋବର ୨୬ ତାତିଖରେ ବିନିକା ପୋଲିସ ନକଲି ଟଙ୍କା ଜବତ କରି ତିନି ଜଣକୁ ଗିରଫ କରିଥିଲା । ଆଜି ପୁଣି ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ବରଗଡ଼ ଜିଲ୍ଲା ବରପାଲି ମହତାପଡାର ବଳରାମ ମେହେର ଓ ଗାଇସିଲେଟ କେନ୍ଦୁଭଟା ଗ୍ରାମର ବିଶ୍ଵପତି ସାହୁ ।

ସୂଚନାଥାଉକି, ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ଗତ ଅକ୍ଟୋବର ୨୫ତାରିଖରେ ନକଲି ୪ ଲକ୍ଷ ୧୫ ସହ ଟଙ୍କା ଜବତ କରିଥିଲା ଓ ତିନିଜଣ ବ୍ୟକ୍ତିକୁ ଗିରଫ କରିଥିଲା ବିନିକା ପୋଲିସ । ଏହି ନକଲି ଟଙ୍କା କାରବାରରେ ଆଉ କିଏ କିଏ ସାମିଲ ରହିଛନ୍ତି ତାର ତଦନ୍ତ କରୁଥିଲା ବିନିକା ପୋଲିସ ।

Leave A Reply

Your email address will not be published.