Latest Odisha News

BREAKING NEWS

ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ଆଉ ୨ ଜଣ ବ୍ୟକ୍ତି

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୁଣି ଦୁଇ ଜଣ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି ।

ସମ୍ପୃକ୍ତ ଦମ୍ପତ୍ତି ଦ୍ୱୟ ରଞ୍ଜିତ ପରିଡା ଏବଂ ସୌମ୍ୟ ଶେଫାଳିକା ପରିଡା ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ ।

ପୋଲିସର ସୂଚନାନୁଯାୟୀ, ଗିରଫ ବ୍ୟକ୍ତିମାନେ ସମ୍ପୃକ୍ତ ପିଡିତାଙ୍କୁ ଭୁବନେଶ୍ୱରରୁ ପୁରୀ ଆଣିଥିବା ନେଇ ଅଭିଯୋଗ ହୋଇଛି ।

ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ସଂଖ୍ୟା ବର୍ତ୍ତମାନ ସମୟରେ ୬ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଏହି ଘଟଣାଟି ଡିସେମ୍ବର ୨ ତାରିଖରେ ଘଟିଥିଲା । କାର୍ଯ୍ୟରୁ ବରଖାସ୍ତ ହୋଇଥିବା ଜଣେ କନଷ୍ଟେବଳ ଜିତେନ୍ଦ୍ର ସେଠୀ ଓ ଅନ୍ୟ ୨ ଜଣ ସମ୍ପୃକ୍ତ ପିଡିତାଙ୍କୁ ନିମାପଡା ବସଷ୍ଟାଣ୍ଡରୁ ଲିଫ୍ଟ ଦେଇଥିଲେ । ପରେ ତାକୁ ପୁରୀ ନେବା ସହ ଝାଡେଶ୍ୱରୀ କ୍ଲବ୍ ନିକଟରେ ଥିବା ପୋଲିସ କ୍ୱାର୍ଟରରେ ଦୁଷ୍କର୍ମ କରିଥିଲେ ।

ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନାବାଳିକା ଜଣକ ସେମାନଙ୍କ ଠାରୁ ଖସି ଯାଇ ଘଟଣଶ ସମ୍ପର୍କରେ ପୋଲିସକୁ ଜଣାଇଥିଲେ ।

ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠିଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ରାଜେଶ ସେଠି ଓ ରାମ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ପରେ ଅନ୍ୟଜଣେ ଅଭିଯୁକ୍ତ ବୁଲୁ ବାରିକଙ୍କୁ ରାୟଗଡା ଜିଲ୍ଲାରୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.