ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆଉ ଦୁଇ ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୂଚନାନୁସାରେ, ଏହି ଦୁଇ ଯବାନ ମହାରାଷ୍ଟ୍ର ସ୍ଥିତ ନିଜ ଘରକୁ ଛୁଟିରେ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କୁ ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବା ସହ ସେମାନଙ୍କର ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ବାହାରିଛି ।
ଏହାପୂର୍ବରୁ, ସାତ ବିଏସଏଫ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୨ଟି ସକ୍ରିୟ ମାମଲା ରହିଛି, ତନ୍ମଧ୍ୟରୁ ନଅ ଜଣ ହେଉଛନ୍ତି ବିଏସ୍ଏଫ୍ ଯବାନ।
Comments are closed.