Latest Odisha News

BREAKING NEWS

କରୋନା ପାଇଁ ବାତିଲ ହେଲା ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନ୍

ଭୁବନେଶ୍ବର : ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ପ୍ରତିଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ରେଳବାଇ । ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଆଉ ଦୁଇ ଯୋଡା ବିଶେଷ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ ।

୦୮୪୯୩/୦୮୪୯୪ ଭୁବନେଶ୍ବର-ବାଲାଙ୍ଗୀର-ଭୁବନେଶ୍ବର ସ୍ପେଶାଲକୁ ଉଭୟ ଦିଗରୁ ମେ ୧୫, ୧୬, ୨୨ ଓ ୨୩ ତାରିଖ ଦିନ ବାତିଲ କରାଯାଇଛି ।

୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ଆସନ୍ତାକାଲିଠୁ ୩୧ ତାରିଖ ପର୍ଯ୍ୟନ୍ତ ଏବଂ କାଚେଗୁଡାରୁ ୧୫ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ଏହା ପୂର୍ବରୁ ଚାରି ଯୋଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିଥିଲା ପୂର୍ବତଟ ରେଳବାଇ । ଏହି ଟ୍ରେନ୍ ଗୁଡିକ ହେଲା – ୦୨୮୬୬/୦୨୮୬୫ପୁରୀ-ଏଲଟିଟି-ପୁରୀ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, ୦୨୮୮୦/୦୨୮୭୯ ଭୁବନେଶ୍ବର-ଏଲଟିଟି- ଭୁବନେଶ୍ବର ଦ୍ୱି-ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, ୦୭୪୮୮/୦୭୪୮୭ ବିଶାଖାପାଟନମ-କଡପା-ବିଶାଖାପାଟନମ ଏକ୍ସପ୍ରେସ ଏବଂ ୦୨୮୩୧/୦୨୮୩୨ ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଏକ୍ସପ୍ରେସକୁ ବାତିଲ କରାଯାଇଛି ।

Leave A Reply

Your email address will not be published.