Latest Odisha News

BREAKING NEWS

ଚିତ୍ରକୂଟ ଜେଲରେ ଗୁଳିକାଣ୍ଡ, ୩ କୁଖ୍ୟାତ ଅପରାଧୀଙ୍କ ମୃତ୍ୟୁ

ଚିତ୍ରକୂଟ: ଉତରପ୍ରଦେଶ ଚିତ୍ରକୂଟ ଜେଲରେ ଶୁକ୍ରବାର ଲଙ୍କାକାଣ୍ଡ ଘଟିଛି କହିଲେ ଭୁଲ ହେବ ନାହିଁ । ଅବଶ୍ୟ ଏହି ସଂଘର୍ଷରେ ୩ କୁଖ୍ୟାତ ଅପରାଧୀ ମୃତ୍ୟୁବରଣ କରିଛନ୍ତି । ଯାହା କି ପରୋକ୍ଷରେ ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିିଛି । ୟୁପିର ଗ୍ୟାଙ୍ଗଷ୍ଟାର ଅଂଶୁ ଦୀକ୍ଷିତ ସକାଳେ ମୁଖତାର ଅନସାରୀର ଡାହଣ ହାତ ଗୁର୍ଗ ମେରାଜ ଓ ମୁକିମ କାଲାଙ୍କୁ ଗୁଳି କରି ହତ୍ୟା କରିଥିଲା । ମେରାଜକୁ ବାରାଣାସୀ ଜେଲରୁ ଏଠାକୁ ଅଣା ଯାଇଥିଲା ।

ପୋଲିସ ଅଂଶୁଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ମଧ୍ୟ ସେ ନ ଶୁଣି ଗୁଳି ଚାଳନା କରିଥିଲା । ଶେଷରେ ପୋଲିସ ତାଙ୍କୁ ଏନକାଂଉଟର କରିବାକୁ ବାଧ୍ୟ ହୋଇଥିଲା । ସକାଳ ୯ଟା ବେଳେ ଜଳଖିଆ ଖାଇବା ସମୟରେ ଅଂଶୁ ନିକଟରେ ପିସ୍ତଲ ପଂହଚିଥିଲା । ଏହା କିପରି ପଂହଚିଲା ଏହାର ତଦନ୍ତ ଚାଲିଛି ।

Leave A Reply

Your email address will not be published.