Latest Odisha News

BREAKING NEWS

କଇଁଛ କାହିଁକି ଦୀର୍ଘ ବର୍ଷ ବଞ୍ଚି ରୁହେ ! ଏହା ପଛର କାରଣ କଣ ? ଆସନ୍ତୁ ଜାଣିବା….

ଧରାପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ । ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ । ତେବେ ଏହା ପଛରେ କ’ଣ ରହିଛି କାରଣ ? କେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିଥାଏ ? ସାରା ବିଶ୍ୱରେ କଇଁଛର ଅନେକ ଭିନ୍ନ ପ୍ରଜାତି ମଧ୍ୟ ଅଛନ୍ତି, ଯେଉଁମାନେ ପାଖାପାଖି ୧୦୦ରୁ ଅଧିକ ବର୍ଷ ମଧ୍ୟ ବଞ୍ଚି ରୁହନ୍ତି । କଇଁଛର ଏକ ରେତିଲୀ ପ୍ରଜାତି ରହିଛି, ଯାହା ଆଫ୍ରିକାନ୍ ସକ୍ଲେଟ୍‌ ଭାବେ ଜଣାଶୁଣା । ଏହି ପ୍ରଜାତିର କଇଁଛ ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ ।

ଆଜିଯାଏ ସବୁଠାରୁ ଦୀର୍ଘ ଜୀବନ ବଞ୍ଚିଥିବା କଇଁଛର ନାମ ହେଉଛି ଅଲଡାବରା ଟରଟଏଜ୍ । ଏହି କଇଁଛ ପାଖାପାଖି ୨୫୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲା। ଏହା ଆକାରରେ ବହୁତ ବଡ ଥିଲା। ଏହି କାରଣରୁ ଏହି କଇଁଛ ସେଶେଲ୍ସ ଦ୍ୱୀପରେ ରହୁଥିଲା। ଅଲଡାବରା ଟର୍‌ଟଏଜ୍‌ ଉପରେ ବୈଜ୍ଞାନିକ ମାନେ ଅନେକ ରିସର୍ଚ୍ଚ କରିଥିଲେ, ପରେ କଇଁଛର ଦୀର୍ଘ ଜୀବନ ପଛରେ ଥିବା କାରଣ ସାମ୍ନାକୁ ଆସିଥିଲା। ତେବେ ଆସନ୍ତୁ ଜାଣିବା କଇଁଛର ଦୀର୍ଘ ଜୀବନ ଜୀଇଁବା ପଛରେ କ’ଣ ରହିଛି ସେହି ମହତ୍ତ୍ୱପୂର୍ଣ୍ଣ କାରଣ ।

ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କଇଁଛର ଦୀର୍ଘ ଜୀବନ ପଛରେ ଥିବା ରହସ୍ୟ ହେଉଛି ସେମାନଙ୍କର ଡିଏନ୍‌ଏ ଷ୍ଟ୍ରକ୍ଚର। ସେମାନଙ୍କ ଜୀନ୍ ଭେରିଏଣ୍ଟ୍ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଷିକା ଭିତରେ ଡିଏନ୍‌ର ମରାମତି କରିଥାଏ । ଏହି କାରଣରୁ କୋଷିକାର ଏଣ୍ଟ୍ରୋପିର ଅବଧି ସୀମା ବହୁତ ବଢିଯାଇଥାଏ । ଯାହା ଦ୍ୱାରା କିଛି କଇଁଛ ମଧ୍ୟ ୨୫୦ ବର୍ଷରୁ ବି ଅଧିକ ବଞ୍ଚିପାରନ୍ତି । ୨୫୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବା ଅଲଡାବରା ଟର୍‌ଟଏଜ୍‌ ଉପରେ ହୋଇଥିବା ଅଧ୍ୟୟନରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ଯେ ଭଲ ଜୀନ୍ ଭେରିଏଣ୍ଟ କାରଣରୁ ହିଁ ସେ ଏତେ ଦୀର୍ଘ ଜୀବନ ବଞ୍ଚି ରହିଥିଲା ।

କଇଁଛର ଶରୀର ଉପରେ ଏକ କଠିନ କବଚ ରହିଥାଏ ଯାହା ତା’ର ଅଙ୍ଗଗୁଡିକୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ଦେଇଥାଏ। ଯେତେବେଳେ ଆକ୍ରମଣ ହେବା ସେ ଜାଣେ ସାଙ୍ଗେ ସାଙ୍ଗେ କବଚ ଭିତରକୁ ଚାଲିଯାଏ। ଯଦି ପୂରା ଛୋଟ ବେଳୁ କଇଁଛର ଭଲଭାବେ ଯତ୍ନ ନିଆଯାଏ ତେବେ ସେ ବହୁଦିନ ବଞ୍ଚିପାରେ। ଏମିତିରେ ଅନେକ କଇଁଛ ୧୫୦ରୁ ଅଧିକ ବର୍ଷ ବଞ୍ଚିପାରନ୍ତି ।

 

 

Leave A Reply

Your email address will not be published.