Latest Odisha News

BREAKING NEWS

ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି । ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଛି । ସେମାନେ ହେଲେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ଓ ସଞ୍ଜୟ ପଣ୍ଡା ।

ତେବେ ପୁସ୍ତକ ‘ଗପ କଳିକା’ ପାଇଁ ବାଲ୍ ସାହିତ୍ୟ ପୁରସ୍କାର ପାଇବେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ । ସେହିପରି କଥାକାର ସଞ୍ଜୟ ପଣ୍ଡାଙ୍କୁ ପୁସ୍ତକ ‘ହୁ ବାଇଆ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.