Latest Odisha News

BREAKING NEWS

ଭାରତୀୟ କନିଷ୍ଠ ହକି ଦଳରେ ଓଡିଶାର ୨ ଖେଳାଳୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ଆୟର୍ଲାଣ୍ଡରେ ହେବାକୁଥିବା କାଣ୍ଟର ଫିଜଗେରାଲଡ ୨୧ ବର୍ଷରୁ କମ୍ ମହିଳା ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତା ସହ ବେଲାରୁଷ ବିପକ୍ଷ ଶୃଙ୍ଖଳା ଲାଗି ଘୋଷିତ ହୋଇଥିବା ୧୮ ଜଣିଆ ଭାରତୀୟ କନିଷ୍ଠ ଦଳରେ ଓଡିଶାର ୨ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଓଡିଶାର ଏହି ୨ ଜଣ ହକି ଖେଳାଳୀ ମାରିଆନା କୁଜୁର ଓ ଅଜମିନା କୁଜୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଦିନ ଏହି ୧୮ ଜଣିଆ ଟିମ୍ ଘୋଷଣା କରାଯାଇଥିଲା ।

Comments are closed.