Latest Odisha News

BREAKING NEWS

ମିଳିତ ସଂସଦୀୟ କମିଟିରେ ସାମିଲ ହେଲେ ଓଡିଶାର ୨ ସାଂସଦ

ଭୁବନେଶ୍ୱର: ଓଡିଶା ସାଂସଦ ଭର୍ତ୍ତୃହରି ମହତାବ ଓ ଅମର ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲ୍ ୨୦୧୯ରେ  ମିଳିତ ସଂସଦୀୟ କମିଟିର ସଦସ୍ୟ ରୂପେ ସାମିଲ କରାଯାଇଛି ।

କଟକ ଲୋକସଭା ନିର୍ବାଚନମଣ୍ଡଳୀରୁ ଭର୍ତ୍ତୃହରି ମହତାବ ବିଜେଡିର ସାଂସଦ ରହିଥିବା ବେଳେ ପୂର୍ବତନ ପ୍ରିନ୍ସପାଲ ଆକାଉଣ୍ଟ ଜେନେରାଲ ଅମର ପଟ୍ଟନାୟକକ ଆଞ୍ଚଳିକ ଦଳରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି ।

ଆହୁରି ମଧ୍ୟ ଲୋକସଭା ସଦସ୍ୟ ମିନାକ୍ଷୀ ଲେଖୀ ୩୦ ସଦସ୍ୟ ବିଶିଷ୍ଟ ସମିତିର ଅଧ୍ୟକ୍ଷ ରହିଛନ୍ତି ।

Leave A Reply

Your email address will not be published.