Latest Odisha News

BREAKING NEWS

ନାଗରିକତା ସଂଶୋଧନ ବିଲ: ଉତ୍ତର-ପୂର୍ବାଞ୍ଚଳରେ ସ୍ଥିତି ଶାନ୍ତ, ପଶ୍ଚିମବଙ୍ଗରେ ବଢୁଛି ଜନଅସନ୍ତୋଷ

ନୂଆଦିଲ୍ଲୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବା ଏବଂ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଜନଅସନ୍ତୋଷ ବଢିଛି ।

ଏହି ବିଲକୁ ବିରୋଧ କରି ଆସାମରେ ସୃଷ୍ଟି ହୋଇଥିବା ହିଂସା ପରିସ୍ଥିତି ଶାନ୍ତ ପଡୁଥିବା ବେଳେ ଏବେ ପଶ୍ଚିମବଙ୍ଗରେ ଜୋରଦାର୍ ବିରୋଧ କରାଯାଉଛି ।

ଅଧିକ ପଢନ୍ତୁ: ନାଗରିକତା ସଂଶୋଧନ ବିଲ୍: ଆସାମରେ କର୍ଫ୍ୟୁ ପରେ ଏବେ ଶିଲଂରେ ଉତ୍ତେଜନା,ଇଣ୍ଟରନେଟ୍ ସେବା ବନ୍ଦ 

ପ୍ରାପ୍ତ ସୂଚନାନୁଯାୟୀ ଏହାକୁ ବିରୋଧ କରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମୁସଲିମ୍ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗା ରେଳ ଷ୍ଟେସନ୍ ପରିସରରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଥିବା ନେଇ ଜଣାପଡିଛି । ଏହାବ୍ୟତିତ ଆରାମବାଗ, କୋଲକାତା, ପଶ୍ଚିମ ମେଦିନାପୁର, ଉତ୍ତର ୨୪ ପ୍ରଗଣା ଓ ଦକ୍ଷିଣ ୨୪ ପ୍ରଗଣା ଆଦି ଅଞ୍ଚଳରେ ଗତକାଲି ସରକାର ବିରୋଧୀ ନାରା ସହ ହିଂସାକାଣ୍ଡ ଘଟଣା ନଜରକୁ ଆସିଥିଲା।

ଅପରପକ୍ଷରେ ଏହି ନାଗରିକତା ସଂଶୋଧନ ବିଲକ୍ୁ ଆସାମ ଓ ପଶ୍ଚିମବଙ୍ଗ ସମେତ କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ତୀବ୍ର ବିରୋଧ କରାଯାଉଥିବା ନେଇ ସୂଚନା ମିଳିଛି ।

ତେବେ ଏହାପୂର୍ବରୁ ମେଘାଳୟର ଶିଲଂରେ ସରକାରଙ୍କ ପକ୍ଷରୁ ୨ ଦିନ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଥିଲା ।

ଜାଣନ୍ତୁ, କ’ଣ ଏହି ନାଗରିକ ସଂଶୋଧନ ବିଲ୍

ଏହି ବିଲ୍ ଅନୁଯାୟୀ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଭାରତକୁ ଶରଣାର୍ଥୀ ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକଙ୍କୁ ଭାରତ ସରକାର ନାଗରରିକତା ପ୍ରଦାନ କରିବେ ।

Leave A Reply

Your email address will not be published.