ନୂଆଦିଲ୍ଲୀ: ଅନେକ ଥର ନିର୍ବାଚନ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଯାଏ ଯେତେବେଳେ ଦୁଇ ବଡ଼ ରାଜନୈତିକ ଦଳକୁ ସମାନ-ସମାନ ଆସନ ମିଳିଯାଏ। ଅର୍ଥାତ୍ କାହାକୁ ବହୁମତ ମିଳେନି, କେହି ସ୍ପଷ୍ଟ ଭାବେ ସରକାର ଗଠନର ସ୍ଥିତିରେ ନାଥାନ୍ତି। ଏପରି ପରିସ୍ଥିତିକୁ ହ୍ୟାଙ୍ଗ ଆସେମ୍ବଲି ବା ଝୁଲା ସରକରା ବୋଲି କୁହାଯାଇଥାଏ। ତେବେ ଏହି ସମୟରେ ପ୍ରଶ୍ନ ଉଠେ ଯେ ଏବେ ସରକାର କିଏ ଗଠନ କରିବ ? ଦୁଇ ଦଳ ନିକଟରେ ସମାନ ଆସନ ରହିଛି ଏବଂ ତୃତୀୟ ଦଳ ଯଦି ଶୂନ ଆସନ ଜିତିଥାଏ ତେବେ ବହୁମତ କିପରି ନିର୍ଣ୍ଣୟ ହେବ? କାହା ହାତରେ ସତ୍ତାର ଭାର ରହିବ ଏବଂ ଏଥିରେ ରାଜ୍ୟପାଳଙ୍କ କ’ଣ ଭୂମିକା ରହେ। ଏମିତି ସଂଖ୍ୟାଧିକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ, ତେବେ ଆସନ୍ତୁ ଜାଣିବା ଯେ ଯଦି ଦୁଇ ଦଳକୁ ସମାନ ଆସନ ମିଳେ ତେବେ ସରକାର କିପରି ଗଠନ ହେବ ଏବଂ ଏଥିରେ ରାଜ୍ୟପାଳଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିବ।
ଯଦି ଦୁଇ ଦଳକୁ ସମାନ ଆସନ ମିଳେ ତେବେ ସରକାର କିପରି ଗଠନ ହେବ
ଯେତେବେଳେ ଦୁଇ ଦଳକୁ ସମାନ ଆସନ ମିଳେ, ତେବେ ଫଳାଫଳ ମଝିରେ ଅଟକି ରହିଯାଏ। ଏପରି ପରିସ୍ଥିତିରେ ତୁରନ୍ତ କୌଣସି ସରକାର ଗଠନ ହୋଇପାରେ ନାହିଁ, ତା’ପରେ ସଂବିଧାନ ଅନୁଯାୟୀ କିଛି ପ୍ରକ୍ରିୟା ଆରମ୍ଭ ହୁଏ।
୧. ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ଭୂମିକା – ରାଜ୍ୟପାଳ ବା ରାଷ୍ଟ୍ରପତି ନିର୍ଣ୍ଣୟ କରନ୍ତି ଯେ ସରକାର ଗଠନ ପାଇଁ ପ୍ରଥମେ କାହାକୁ ଡକାଯିବ। ସାଧାରଣତଃ ଦେଖିବାକୁ ଗଲେ, ଏଭଳି ସ୍ଥଳରେ ସେହି ଦଳକୁ ଡକାଯାଏ ଯିଏ ସବୁଠାରୁ ବଡ଼ ଦଳ ଅଟେ ବା ଯାହାର ଗଠବନ୍ଧନ କରି ବହୁମତ ଯୋଗାଡ଼ କରିବାର ସମ୍ଭାବନା ଅଧିକ ରହେ।
୨. ଗଠବନ୍ଧନ ଗଠନର ପ୍ରୟାସ – ଏଥିରେ ଉଭୟ ଦଳ ସ୍ଥାନୀୟ ଅଞ୍ଚଳର ଛୋଟ ଦଳ, ନିର୍ଦ୍ଦଳୀୟ ବିଧାୟକ ବା ସହଯୋଗୀ ଦଳଗୁଡ଼ିକ ସହିତ ଆଲୋଚନା ଆରମ୍ଭ କରିଦେଇଥାନ୍ତି। ସେମାନେ ମନ୍ତ୍ରଣାଳୟ, ନୀତିଗତ ବୁଝାମଣା ବା ବିକାଶ ପ୍ରକଳ୍ପର ପ୍ରତିଶ୍ରୁତି ଦେଇ ସମର୍ଥନ ମାଗନ୍ତି ଯାହା ଦ୍ୱାରା ବହୁମତର ଆଙ୍କ ଅତିକ୍ରମ କରାଯାଇପାରିବ।
୩. ବିଶ୍ୱାସ ମତ ବା ଟ୍ରଷ୍ଟ ଭୋଟ୍ – ଯେକୌଣସି ଦଳ ବା ଗଠବନ୍ଧନ ସରକାର ଗଠନ କରେ ତାକୁ ବିଧାନସଭାରେ ଦଳ ପ୍ରତି ଥିବା ବହୁମତ ପ୍ରମାଣ କରିବାକୁ ପଡ଼େ। ଅର୍ଥାତ୍ ସଦନରେ ଭୋଟିଂ ହୁଏ ଯେ ଅଧିକାଂଶ ସଦସ୍ୟ ସେହି ସରକାରର ପକ୍ଷରେ ଅଛନ୍ତି କି ନାହିଁ। ଯଦି ଭୋଟ୍ ସମାନ ହୋଇଯାଏ, ତେବେ ବିଧାନସଭା ଅଧ୍ୟକ୍ଷଙ୍କ ନିର୍ଣ୍ଣାୟକ ଭୋଟ୍ ନିର୍ଣ୍ଣୟ କରେ ଯେ କିଏ ଶାସନ ଡୋରି ନିଜ ହାତକୁ ନେବ।
ଯଦି ବହୁମତ ଗଠନ ହେଲା ନାହିଁ ତେବେ କ’ଣ ହୁଏ?
କେତେକ ଥର ଏପରି ପରିସ୍ଥିତି ସାମ୍ନାକୁ ଆସେ ଯେ, କୌଣସି ବି ଦଳ ବହୁମତ ଯୋଗାଡ଼ କରିପାରେ ନାହିଁ। ଏହାଛଡା ଅନେକ ସମୟରେ ଗଠବନ୍ଧନ ମଧ୍ୟ ସମ୍ଭବପର ହୋଇପାରେ ନାହିଁ। ଏପରି ପରିସ୍ଥିତିରେ କିଛି ଅନ୍ୟ ବିକଳ୍ପର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ଯେମିତି କି –
୧. ଅଳ୍ପମତ ସରକାର ବା ମାଇନୋରିଟି ଗଭର୍ଣ୍ଣମେଣ୍ଟ – ଯଦି କୌଣସି ଦଳକୁ ଅଳ୍ପ ଅଧିକ ସମର୍ଥନ ମିଳେ ତେବେ ରାଜ୍ୟପାଳ ତାକୁ ସରକାର ଗଠନର ସୁଯୋଗ ଦେଇପାରନ୍ତି। ଏପରି ସରକାର ସେତେବେଳ ପର୍ଯ୍ୟନ୍ତ ଚାଲେ ଯେତେ ପର୍ଯ୍ୟନ୍ତ ବିରୋଧୀ ଶାସକ ଦଳଠାରୁ ବହୁମତ ହାସଲ ନକରିଛି।
୨. ସତ୍ତା ସହଭାଗିତା ବା ପାୱାର ଶେୟାରିଂ – ଏଥିରେ ଉଭୟ ଦଳ ପରସ୍ପର ସହମତିରେ ନିଷ୍ପତ୍ତି ନେଇପାରନ୍ତି ଯେ ସେମାନେ ମିଳିତ ଭାବେ ଶାସନ କରିବେ। ଯେମିତି ଅଧା କାର୍ଯ୍ୟକାଳ ଗୋଟିଏ ଦଳର ମୁଖ୍ୟମନ୍ତ୍ରୀ ରହିବେ, ପୁଣି ଅଧା କାର୍ଯ୍ୟକାଳ ଅନ୍ୟ ଦଳର କେହି ଏହି ଆସନ ସମ୍ଭାଳିବେ।
୩. ପୁନର୍ବାର ନିର୍ବାଚନ – ଯଦି କୌଣସି ସ୍ଥିର ସରକାର ଗଠନ ହୋଇପାରେ ନାହିଁ, ତେବେ ରାଜ୍ୟପାଳ ବିଧାନସଭା ଭଙ୍ଗ କରି ପୁନର୍ବାର ନିର୍ବାଚନ କରାଇପାରନ୍ତି। ତେବେ ଏହା ଶେଷ ବିକଳ୍ପ ଅଟେ, କାରଣ ନୂଆ ନିର୍ବାଚନର ଖର୍ଚ୍ଚ ଏବଂ ରାଜନୈତିକ ଅସ୍ଥିରତା ଉଭୟ ଗଭର୍ଣ୍ଣାନିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ।
ଏଥିରେ ରାଜ୍ୟପାଳଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ
ରାଜ୍ୟପାଳ କୌଣସି ରାଜ୍ୟର ରାଜ୍ୟ ପ୍ରମୁଖ ଅଟନ୍ତି। ସେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ରାଜ୍ୟରେ କାର୍ଯ୍ୟ କରନ୍ତି, କିନ୍ତୁ ସେମାନଙ୍କ କାମ କେବଳ ଔପଚାରିକ ନୁହେଁ ବରଂ ଅନେକ ଥର ନିର୍ଣ୍ଣାୟକ ମଧ୍ୟ ହୋଇଥାଏ। ରାଜ୍ୟପାଳଙ୍କ ପାଖରେ କିଛି ସାଂବିଧାନିକ କ୍ଷମତା ରହିଛି ଯାହା ଏପରି ସଙ୍କଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୁଏ। ଯେମିତି ସରକାର ଗଠନ ପାଇଁ ଆହ୍ୱାନ ଦେବା, ବହୁମତ ପ୍ରମାଣ କରିବାର ସମୟସୀମା ନିର୍ଦ୍ଧାରଣ କରିବା, ବିଧାନସଭା ଭଙ୍ଗ କରିବାର ସୁପାରିଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ନିଷ୍ପତ୍ତି ନେବା ଆଦି ଏହି ବ୍ୟାପକ କ୍ଷମତା ମଧ୍ୟରେ ସାମିଲ ରହିଛି।
Comments are closed.