ନୂଆଦିଲ୍ଲୀ: ନିର୍ବାଚନୀ ହିଂସାରେ ଜଳୁଛି ପୁରା ସହର। ଗାଁଠୁ ସହର ସବୁଠି ହାହାକାର। ଗତ ସପ୍ତାହରେ ହୋଇଥିବା ନିର୍ବାଚନ ପରେ ଆଫ୍ରୀକିୟ ଦେଶ ତାଞ୍ଜାନିଆରେ ବୁଧବାର ପରିସ୍ଥିତି ବିଗିଡିବାରେ ଲାଗିଛି। ସମ୍ପ୍ରତ୍ତି ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଅଟକାଇବା ପାଇଁ ସ୍ଥାନୀୟ ସୁରକ୍ଷାବଳର ହିଂସାତ୍ମକ କାର୍ଯ୍ୟାନୁଷ୍ଠାନରେ ଶତାଧିକ ସାଧାରଣ ଜନତା ମୃତ୍ୟୁବରଣ କରିଛନ୍ତି ବୋଲି ବିରୋଧି ଦଳ ଦାବି କରିଛି। ଖାଲି ଏତିକି ନୁହେଁ ପ୍ରକୃତ ମୃତ୍ୟୁ ସଂଖ୍ୟା ସାମ୍ନାକୁ ନଆଣିବା ପାଇଁ ମରଶରୀର ଗୁଡିକୁ ସୁରକ୍ଷା ବଳ ଚୁପଚାପ୍ ହଠାଇ ନେଉଛି ବୋଲି ବିରୋଧି ଦଳ ସାଂଘାତିକ ଅଭିଯୋଗ ଆଣିଛି।
ସୂଚନା ମୁତାବକ, ଗତ 29 ଅକ୍ଟୋବରରେ ସମଗ୍ର ଦେଶରେ ହୋଇଥିବା ନିର୍ବାଚନ ପରଠୁ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି। ଚଳିତ ନିର୍ବାଚନରେ ହୋଇଥିବା ହେରଫେରକୁ ବିରୋଧ କରି ସମଗ୍ର ଦେଶର ଯୁବକମାନେ ରାସ୍ତାକୁ ଓହ୍ଲାଇ ଏହାର ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ପ୍ରମୁଖ ବିରୋଧି ନେତାମାନଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଇନଥିବାରୁ ଏହି ନିର୍ବାଚନ ଲୋକତାନ୍ତ୍ରୀକ ଭାବେ ହୋଇନାହିଁ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।
ତେବେ ବଡୁଥିବା ଜନ ଅସନ୍ତୋଷକୁ ଲକ୍ଷ କରି ଶାସକ ଦଳ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଦେଇଥିଲେ। ଯେଉଁଥିପାଇଁ ସୁରକ୍ଷାବଳ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଲୋକମାନଙ୍କ ଉପରେ ଲୁହବୁହା ଗ୍ୟାସ ସହ ଆଖିବୁଜା ଗୁଳିମାଡ କରିଥିଲେ। ଯେଉଁଥିରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ବୋରଧି ଦଳ ଚାଡେମା ଦାବି କରିଛି। ତେବେ ଶାସକ ଦଳ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନାହିଁ।
ଏନେଇ ସୂଚନା ଦେଇ ଚାଡେମାର ପ୍ରବକ୍ତା ବ୍ରୋଡା ରୁପିୟା କହିଛନ୍ତି ଯେ, ସରକାରଙ୍କ ଏପରି କ୍ରୁର ନିଷ୍ପତ୍ତି ପାଇଁ ଲୋକଙ୍କୁ ଗଭୀର ଆଘାତ ଲାଗିଛି। ଆମ ଦେଶରେ ଏପରି କେବେ ଆଗରୁ ହୋଇନଥିଲା। କେବଳ ମ୍ବୋୟା ଅଞ୍ଚଳର ତୁଂଡୁମା କ୍ଷେତ୍ରରେ ପାଖାପାଖି 400ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ନିର୍ବାଚନରେ ରାଷ୍ଟ୍ରପତି ସାମିୟା ସୁଲୁହୂଙ୍କୁ 97 ପ୍ରତିଶତ ଭୋଟ ମିଳିଛି। ଏହା ତାଙ୍କର ପ୍ରଥମ ନିର୍ବାଚନ ଥିଲା। ସେ 2021 ମସିହାରେ ତତ୍କାଳିନ ରାଷ୍ଚ୍ରପତି ଜନ୍ ମୁଗୁଫୂଲିଙ୍କ ଅଚାନକ ମୃତ୍ୟୁ ପରେ ଉପରାଷ୍ଟ୍ରପତି ପଦରୁ ରାଷ୍ଟ୍ରପତି ପଦକୁ ମନୋନିତ ହୋଇଥିଲେ। ହସନଙ୍କ ଏହି ଜିତ୍ କୁ ବିରୋଧିଦଳ ବେଆଇନ ବୋଲି କହିଛି। ଚାଡେମାର ପ୍ରମୁଖ ନେତା ତୁଂଡୁ ଲିସ୍ସୁଙ୍କୁ ଦେଶଦ୍ରୋହ ଆରୋପରେ ଜେଲରେ ରଖାଯାଇଥିବା ବେଳେ ତାଙ୍କର ଅନ୍ୟତମ ସହଯୋଗି ଜନ୍ ହାଚେଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ ହିଁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଥିଲା ବୋଲି ଚାଡେମା ଦାବି କରିଛି।
ଅନ୍ୟପଟେ ତାଞ୍ଜାନିଆରେ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ମାନବାଧିକାର ସଂଗଠନ ‘ହ୍ୟୁମାନ ରାଇଟ୍ସ ବାଞ୍ଚ’ କଡା ବିରୋଧ ପ୍ରଦର୍ଶନ କରିଛି। ସୁରକ୍ଷାକର୍ମୀଙ୍କ ଦ୍ୱାରା ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ଓ ଆକ୍ରମଣାତ୍ମକ ବଳର ପ୍ରୟୋଗକୁ ନେି ସରକାରଙ୍କୁ ଦୃଢ କ୍ରାଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲ୍ ସଂଗଠନ ଦାବି କରିଛି।
ଏହାଛଡା ଏହି ମାମଲାରେ ବ୍ରିଟେନ, ନରୱେ ଓ କାନାଡା ନିଜ ଅସନ୍ତୋଷ ଜାହିର କରିଛନ୍ତି। ଏହି ହିଂସାତ୍ମକ କାର୍ଯ୍ୟକ୍ରମରେ ଶତଚାଧିକ ନିରୀହ ଲକଙ୍କ ମୃତ୍ୟୁ ହୋଇଛି ବୋଲି କ୍ୟାଥୋଲିକ ଚର୍ଚ୍ଚ ଦାବି କରିଛି। ତେବେ ଏଯାଏ ମୃତାହତଙ୍କ ସଠିକ ସଂଖ୍ୟା ସାମ୍ନାକୁ ଆସିପାରି ନାହିଁ।
BREAKING NEWS
- ବିସିସିଆଇ ସିନିୟର୍ ସିଲେକ୍ସନ୍ କମିଟି: ଅଗରକରଙ୍କ ସ୍ଥାନ ନେଇପାରନ୍ତି ରମେଶ ପାୱାର
- ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍ଆଉଟ୍
- Infiltration bid foiled:କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୨ ଆତଙ୍କବାଦୀ ନିହତ
- Woman Slaps CRPF: ଚାପୁଡା ମାରିଲେ, ଦୁର୍ବ୍ୟବହାର କଲେ…ତ୍ରିରଙ୍ଗା ମାର୍ଚ୍ଚରେ ହଙ୍ଗାମା! CRPF ଯବାନଙ୍କୁ ଚାପୁଡ଼ା ମରା ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ
- Kavya Maran Wedding: ହାତକୁ ଦୁଇ ହାତ ହେବେ ସନରାଇଜର୍ସ ମାଲିକାଣୀ! ଗ୍ରୀସ୍ରେ ବାଜିବ ଶାହାନାଇ, ଜାଣନ୍ତୁ କାହାକୁ ବାହା ହେବେ SRH ସୁନ୍ଦରୀ…
- ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗରେ ୫ ଗିରଫ
- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ; ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ
- Governor Braj Mohan Ram in Bhubaneswar:ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ..
- ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ, ୫ ମୃତ…
- Sand Art of Goddess Durga: ବାଲିରେ ଫଳ ଏବଂ ପରିବାରେ ଝଟକୁଛନ୍ତି ମା’ ଦୁର୍ଗା, ପୁରୀ ବେଳାଭୂମିରେ ନିଜର ନିଆରା କଳାକୃତିରେ ଜଗତଜନନୀଙ୍କୁ ଧରାପୃଷ୍ଠକୁ ସ୍ବାଗତ ଜଣାଇଲେ ସୁଦର୍ଶନ…

Comments are closed.