Latest Odisha News

BREAKING NEWS

କରୋନା: ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ୨ମୃତ, ଭାଇରସ କବଳରେ ୭ ଭାରତୀୟ

ନୂଆଦିଲ୍ଲୀ: ଜାପାନର ୟୋକୋହାମା ତଟରେ ଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ କରୋନା ଭାଇରସ ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ୭ଜଣ ଭାରତୀୟ ନାଗରିକ କରୋନା ଭାଇରସ ସଂକ୍ରମିତ ଅଛନ୍ତି । ଜାହାଜରେ ଥିବା ଏହି ଯାତ୍ରୀଙ୍କ ଠାରେ କରୋନା ଭାଇରସର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଜାହାଜର ଜଣେ କ୍ରୁ ସଦସ୍ୟ ସୋନାଲି ଠାକୁର ଜାହାଜରୁ ଏକ ଭିଡିଓ ଜରିଆରେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହାୟତା ମାଗିଛନ୍ତି ।

ଟୋକିଓ ସ୍ଥିତ ଭାରତୀୟ ଦୂତାବାସରୁ ମିଳିଥିବା ଖବର ଅନୁସାରେ, ୭ ସଂକ୍ରମିତ ଭାରତୀୟଙ୍କୁ ଜାପାନର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ବୁଧବାର ଦିନ ଜାହାଜରେ ଉପସ୍ଥିତ ଥିବା ଲୋକଙ୍କ ଟେଷ୍ଟ କରାଯାଇଛି, ଯେଉଁଥିରେ ୮୮ଟି ମାମଲା ପଜିଟିଭ ଆସିଛି । ସମସ୍ତ କରୋନା ଭାଇରସ ଆକ୍ରାନ୍ତ ଭାରତୀୟଙ୍କ ଚିକିତ୍ସା ଜାପାନରେ ହେଉଛି । ଜାପାନର ଜାହାଜରେ ୧୩୮ଜଣ ଭାରତୀୟ ଅଛନ୍ତି, ସେଥିରୁ ୧୩୨ଜଣ କ୍ରୁ ସଦସ୍ୟ ଅଛନ୍ତି ।

Leave A Reply

Your email address will not be published.