Latest Odisha News

BREAKING NEWS

କପି କରିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇ ପ୍ରିନ୍ସପାଲ ଗିରଫ

ଲକ୍ଷ୍ନୌ: ପରୀକ୍ଷାରେ କପି କରିବାକୁ ଟିପ୍ସ ଦେଇ ଜଣେ ପ୍ରିନ୍ସପାଲ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମାଉ ଅଚଂଳରେ । ପରୀକ୍ଷାର୍ଥୀଙ୍କୁ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍ ରଖିବାକୁ ପ୍ରିନ୍ସପାଲ ପ୍ରବୀଣ ମଲ୍ଲ ପରାମର୍ଶ ଦେଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ୟୁପି ପୋଲିସ ତାଙ୍କୁ ଗିରଫ କରିଛି ।

ପ୍ରବୀଣ ଗତ ୭ ତାରିଖରେ ହରିବଂଶ ମେମୋରିଆଲ ଇଣ୍ଟର କଲେଜରେ ଅନୁଷ୍ଠିତ ଫେରୱେଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ପିଲାଙ୍କୁ ପରୀକ୍ଷାରେ କିପରି କପି କରି ହେବ ସେ ନେଇ ପରାମର୍ଶ ଦେଇଥିଲେ । ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ, ପରୀକ୍ଷା ଦେବା ବେଳେ ଉତ୍ତର ଖାତାରେ ଶହେ ଟଙ୍କିଆ ନୋଟ ରଖିଦେବ । ଫଳରେ ତୁମକୁ ପାସ୍ କରାଇଦେବେ । ପରସ୍ପର କଥା ହୋଇ ମଧ୍ୟ ଉତ୍ତର ଲେଖିପାରିବ । ଏହା କପି ନୁହେଁ ବୋଲି ସେ କହିଥିଲେ ।
ପ୍ରିନ୍ସପାଲଙ୍କ ୨ ମିନିଟ୍‌ର ଏହି ଭିଡିଓକୁ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀ ଅଭିଯୋଗ ପୋର୍ଟାଲରେ ଅପ୍‌ଲୋଡ କରିଥିଲେ । ଏହାପରେ ପ୍ରବୀଣଙ୍କୁ ପୋଲିସ ଗିରଫ କରିଛି । ସେପଟେ ଏଭଳି ଅଭିଯୋଗକୁ ପ୍ରବୀଣ ଖଣ୍ଡନ କରିଛନ୍ତି । ସେ ଏଭଳି କିଛି କହି ନାହାନ୍ତି । ପିଲାଙ୍କୁ କପି ନକରିବାକୁ ସେ ପରାମର୍ଶ ଦେଇଥିବା କହିଛନ୍ତି ।

Leave A Reply

Your email address will not be published.