Latest Odisha News

BREAKING NEWS

ରାଜଧାନୀରେ ଅପମିଶ୍ରିତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଅଭିଯୋଗ, ସିଲ୍ ହେଲା ମଦ ଦୋକାନ

ଭୁବନେଶ୍ୱର: ରାଜଧାନୀରେ ମଦ ମୃତ୍ୟୁ ଅଭିଯୋଗ। ଅପମିଶ୍ରିତ ମଦ ପିଇ ୨ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏଭଳି ଖବର ଜଣାପଡିବା ପରେ ସଂପୃକ୍ତ ମଦ ଦୋକାନକୁ ସ୍ଥାନୀୟ ବାସିନ୍ଦା ଘେରାଉ କରିଥିଲେ।

ଅବକାରୀ ବିଭାଗ ପହଞ୍ଚି ସଂପୃକ୍ତ ମଦ ଦୋକାନକୁ ସିଲ୍ କରିବା ସହ ଘଟଣାର ତନାଘନା ଆରମ୍ଭ କରିଛି। ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କର ମୃତ୍ୟୁର କାରଣ ବି‌ଷାକ୍ତ ବୋଲି କୁହାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

ଏହି ଘଟଣା ନେଇ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। କଟକ-ପୁରୀ ରୋଡର ଷ୍ଟେସନବଜାର ନିକଟରେ ଥିବା ସଂପୃକ୍ତ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ କରିଦେଇଛି। ମଦର ନମୁନା ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।

Comments are closed.