Latest Odisha News

BREAKING NEWS

ଅନୁଗୋଳ ଜିଲ୍ଲାରେ ବିଷାଦ ମଦ ପିଇ ମୃତ୍ୟୁ ଅଭିଯୋଗରେ ୨ ଗିରଫ

ଅନୁଗୋଳ: ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଶ୍ରମିକ କଣ୍ଟ୍ରାକ୍ଟର କାଳିଆ ଦେହୁରୀ ଓ ତାଙ୍କର ସହଯୋଗୀ ବସନ୍ତ ଦେହୁରୀ ।

ଠିକାସଂସ୍ଥା କାମ କରୁଥିବା ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେଠାରୁ କିଛି ସ୍ପିରିଟ ଜବତ କରାଯାଇଛି । ବିଷାକ୍ତ ମଦ ପିଇ ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ପଥରଗଡ଼ ଗାଁରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଉ କିଛି ଲୋକ ଅସୁସ୍ଥ ହୋଇଛନ୍ତି ।

ଅନୁଗୋଳ ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଷାକ୍ତ ମଦଇ ପିଇ ନା ଅନ୍ୟ କୌଣସି କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ସେନେଇ ତନାଘନା ତଦନ୍ତ ଚାଲିଛି ।

Leave A Reply

Your email address will not be published.