Latest Odisha News

BREAKING NEWS

ବାଲେଶ୍ୱରରେ ବଜ୍ରପାତ ଯୋଗୁଁ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ଵର ରେ ବଜ୍ରପାତ ଘଟଣାରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଶିଂଲା ଥାନା ଅନ୍ତର୍ଗତ ରାନେଶ୍ୱର ପୁର ଡିହ ଚକ ସର୍ଥା ର ବାବୁରାମ ସିଂ ଓ ବାସୁଦେବ ଜେନା ।

ମିଳିଥିବା ସୂଚନାନୁଯାୟୀ, ଚିଙ୍ଗୁଡ଼ି ଘେରିରେ ଡିଜେଲ୍ ମେସିନ ସଜାଡିବାକୁ ୨ ଜଣ କାରିଗର ଯାଇଥିଲେ । ବାବୁରାମ ସିଂ ମେକାନିକ ସହ ବାସୁଦେବ ଜେନା ହେଲ୍ପର ଯାଇଥିଲେ । ତାଙ୍କ ସହ ଆଉ ୩ ଜଣ ଥିଲେ । ଘରକୁ ଫେରିବା ବେଳେ କାଳ ବୈଶାଖୀ ଯୋଗୁଁ ଏକ ଚିଙ୍ଗୁଡ଼ି ଘେରି ରେ ଥିବା କୁଡିଆ ରେ କିଛି ସମୟ ପାଇଁ ଆଶ୍ରୟ ନେଇଥିଲେ । ଅପରାହ୍ନ ୪ ଟା ୩୦ ବେଳେ ଏକ ବଜ୍ରପାତ ଦ୍ଵାରା ଦୁହେଙ୍କ ପ୍ରାଣବାୟୁ ଉଡିଯାଇ ଥିଲା । ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ମୃତ ୨ଜଣଙ୍କୁ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା । ପରେ ଡାକ୍ତର ଦୁହେଁ ଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.