ପୁରୀ: ଶ୍ରୀମନ୍ଦିର ଭିତରେ ଅପରାହ୍ଣରେ ଦୁଇ ସେବାୟତଙ୍କ ଭିତରେ ମାରପିଟ ଘଟଣା ସାମ୍ନାକୁ ଆସିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛିଛି। ମାରପିଟ ଘଟଣାରେ ଜଣେ ଚୁନେରା ସେବାୟତ ଓ ଆଉ ଜଣେ ଖୁଣ୍ଟିଆ ସେବାୟତ ଆହତ ହୋଇଛନ୍ତି।
ମହାପ୍ରଭୁଙ୍କ ନୀଳଚକ୍ର ବାନାକୁ ବିକ୍ରି ନେଇ ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତର ଦୁଇ ଜଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ପରେ ଉଭୟ ସେବାୟତଙ୍କ ମଧ୍ୟରୁ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି।
ଚୁନେରା ସେବାୟତଙ୍କ କହିବା ଅନୁସାରେ, ବାନା ବିକ୍ରି କରିବାକୁ ନେଇ ସେମାନଙ୍କର ଅଧିକାର ରହିଛି। ସମସ୍ୟାର ସମାଧାନ ନହେଲେ ନୀଳଚକ୍ରରେ ବାନା ବାନ୍ଧିବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ତେବେ ନୀଳଚକ୍ର ବାନା କିଏ ବିକ୍ରି କରିପାରିବେ ସେ ନେଇ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ ହୋଇପାରି ନାହିଁ।
Comments are closed.