Latest Odisha News

BREAKING NEWS

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ବରିଷ୍ଠ ଓକିଲ, କୋର୍ଟରେ ହେବ ରୋଚକ ଲଢେଇ!

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ବରିଷ୍ଠ ଓକିଲ। ଏହି ମାମଲା ଲଢିବା ପାଇଁ ସ୍ବତନ୍ତ୍ର ଓକିଲ ନିଯୁକ୍ତ କରିବାକୁ ଡିଜିପିଙ୍କୁ ଚିଠି ଲେଖିଲା ବ୍ରହ୍ମପୁର ପୋଲିସ। ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍ ପରିଚାଳନା ପାଇଁ ହାଇ କୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାଦା ରହିଥିବା ଆଇନଜୀବୀ କାଳୀ ଚରଣ ମିଶ୍ରଙ୍କୁ ସ୍ୱତନ୍ତ୍ର ପିପି ରୂପେ ଏବଂ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ସ୍ୱତନ୍ତ୍ର ଅତିରିକ୍ତ ପିପି ରୂପେ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡିଶା କ୍ରାଇମ ବ୍ରାଞ୍ଚ ପୋଲିସ ଡିଜିଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି।

ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏମାନଙ୍କ ନିଯୁକ୍ତି ପାଇଁ ଗୃହ ବିଭାଗକୁ ସୁପାରିଶ ପାଇଁ ଜଣାଇଛନ୍ତି। ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୪ ଜଣ ଗିରଫ ହୋଇଛନ୍ତି। କିନ୍ତୁ ଯିଏ ପୀତବାସଙ୍କୁ ଗୁଳି କରିଥିଲା ସେ ଏପର୍ଯ୍ୟନ୍ତ ଧରାପଡିନାହିଁ। ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିବା ଏବଂ ସହଯୋଗ କରିଥିବା ୧୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ବରିଷ୍ଠ ନେତା ବିକ୍ରମ ପଣ୍ଡା।

ସୂଚନା ଥାଉକି ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କ ସମେତ ୧୪ ଜଣଙ୍କୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡ ପଛରେ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିବା ଏସପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ।

Comments are closed.