ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଲାଲବେଣ୍ଟା ପଞ୍ଚାୟତ ସନ୍ଧିଗାଁ ଗ୍ରାମର ଦୃଯ୍ୟ ସେଠୀ (୫୮) ସ୍ତ୍ରୀ ମଞ୍ଜରୀ ସେଠୀ (୫୧) ଦିଗପହଣ୍ଡିରୁ ବାଇକ୍ ରେ ଗ୍ରାମ କୁ ଫେରିବା ସମୟରେ ଗାଡି ଆଗକୁ ଏକ ମେଣ୍ଢା ଆସି ଯାଇଥିଲା । ଧକ୍କାରେ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ ଦୁହେଁ ।ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଜୟ ଜଗନ୍ନାଥ ଗ୍ରୁପର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ ପହଞ୍ଚିଥିଲେ ଘଟଣା ସ୍ଥଳରେ । ଦୁହିଁଙ୍କ ମୁଣ୍ଡକୁ ଓ ଗୋଡ଼ କୁ ଭୀଷଣ ଆଘାତ ଲାଗିଥିବା ହେତୁ ସଂଗେ ସଂଗେ ଦିଗପହଣ୍ଡି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଗଲା ।
କଥାରେ ଅଛି ଯାହାର କେହିନାହିଁ ତା ପାଇଁ ଭଗବାନ ଅଛନ୍ତି, ଆଉ ଏକଥା ବି ସତ ଯେ ଭଗବାନ ପ୍ରତି ଯାଗାରେ ପହଞ୍ଚି ପାରନ୍ତିନି, ତେଣୁ କୁହାଯାଏ ନର ଦେହେ ନାରାୟଣ । ଏମିତି ପ୍ରତ୍ୟେକ ଜାଗାରେ ସେ ବ୍ରହ୍ମପୁର ହେଉ ଅବା ଭୁବନେଶ୍ୱର, କଟକ ହେଉ ଅବା କେନ୍ଦ୍ରାପଡା, ଖୋର୍ଦ୍ଧା ହେଉ ଅବା କଳାହାଣ୍ଡି , ପୁରୀ ହେଉ ଅବା ସମ୍ବଲପୁର, ସେ ମଣିଷ ହୁଅନ୍ତୁ ଅବା କଥା କହି ପାରୁନଥିବା ପଶୁପକ୍ଷୀ ସମସ୍ତଙ୍କ ପାଇଁ ସେବାର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ପହଞ୍ଚି ଯାଆନ୍ତି ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ସ୍ବେଚ୍ଛାସେବୀ ଭାଇ ଓ ଭଉଣୀମାନେ । କାରଣ ସେମାନେ ଠିକ୍ ବୁଝିଛନ୍ତି ଯଦି ଶିବଙ୍କ ସାନିଧ୍ୟ ପାଇବାର ଅଛି ତ ହେଲେ ଜୀବ ଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ହେବ ।
Comments are closed.