Latest Odisha News

ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ମାମଲା, ଦୁଇ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର: ନାବାଳିକାଙ୍କୁ ଗଣ ଦୁଷ୍କର୍ମ ସହିତ ହତ୍ୟା ମାମଲାରେ ଏକ ବଡ଼ ରାୟ ଦେଇଛନ୍ତି ଜଗତସିଂହପୁର ପକ୍ସୋ କୋର୍ଟ। କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡିତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ବିଚାରପତି ଅଜୟ କୁମାର ମହାନ୍ତି ଏହି ରାୟ ଦେଇଛନ୍ତି। ଦଣ୍ଡିତ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଶେଖ ଅକିଲ।

୨୦୧୪ରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁରରେ ଏହି ଘଟଣା ଘଟିଥିଲା। ୭ ବର୍ଷର ଜଣେ ନାବାଳିକା ଚକୋଲେଟ କିଣି ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା। ପରେ ମୃତକକୁ ଏକ ଘରର ତାଜା ଉପରେ ଫିଙ୍ଗି ଦେଇଥିଲେ ଦଣ୍ଡିତ ହୋଇଥିବା ଶେଖ ଆସିଫ ଏବଂ ଶେଖ ଅକିଲ। ଏହି ମାମଲାରେ ସେତେବେଳେ ପୋଲିସ ୪ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାର କରି କୋର୍ଟ ପୂର୍ବରୁ ଦୁଇ ଜଣଙ୍କୁ ଖଲାସ କରିଛନ୍ତି।

ଏହି ମାମଲାରେ ସରକାରୀ ଓକିଲ ଦୋଳ ଗୋବିନ୍ଦ ଦାସ କହିଛନ୍ତି ଯେ ୨୦୧୪ ରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଜି ଏହାର ଦଣ୍ଡ ଶୁଣାଣି ହୋଇଛି। ମୋଟ ୨୭ ସାକ୍ଷୀ ଏହି ମାମଲାରେ ନିଜର ବିବୃତ୍ତି ରେକର୍ଡ କରିଛନ୍ତି।

Comments are closed.