Latest Odisha News

BREAKING NEWS

୭୩ ଯାତ୍ରୀଙ୍କୁ ଧରି ରାଉରକେଲାରେ ପହଞ୍ଚିଲା ୨ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍

ସୁନ୍ଦରଗଡ: କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ଗୋଆର ମାଡଗାଓଁରୁ ୭୩ ଯାତ୍ରୀଙ୍କୁ ନେଇ ଆସୁଥିବା ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ଦିନ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଛି।

ବେଙ୍ଗାଲୁରୁରୁ ୬୪ ଜଣ ଯାତ୍ରୀଙ୍କୁ ନେଇ ଟ୍ରେନ୍ ସକାଳ ୩ଟା ୩୦ମି.ରେ ପହଞ୍ଚିଥିବାବେଳେ ମାଡଗାଓଁରୁ ନଅ ଜଣ ଯାତ୍ରୀଙ୍କୁ ଧରି ଅନ୍ୟ ଟ୍ରେନ ସକାଳ ୮ଟା ୧୫ମି.ରେ ପହଞ୍ଚିଥିଲା।

ଦୁଇଟି ଟ୍ରେନରେ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୩୬ ଜଣ ଝାଡଖଣ୍ଡ, ତିନିଜଣ ମୟୂରଭଞ୍ଜ ଏବଂ ୩୪ ଜଣ ସୁନ୍ଦରଗଡ ଜିଲ୍ଲାର ରହିଛନ୍ତି।ଟ୍ରେନ୍ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇଥିଲା।

ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସେମାନଙ୍କୁ ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ମୋୖଳିକ ଜିନିଷ ଯୋଗାଇ ଦେଇଥିଲେ। ଏହାଛଡା ସେମାନଙ୍କୁ ନିଜ ନିଜ ସ୍ଥାନକୁ ସୁରକ୍ଷିତ ପହଞ୍ଚାଇବା ପାଇଁ ଅଧିକାରୀମାନେ ବ୍ୟବସ୍ଥା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.