Latest Odisha News

BREAKING NEWS

ସୁଶାନ୍ତଙ୍କ ପାରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି । ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବଲିଉଡ ସମେତ ବିଭିନ୍ନ ରାଜନେତା ଓ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ବଡ ଝଟ୍‌କା ଦେଇଛି । ଅନେକ ଫିଲ୍ମଷ୍ଟାର, କ୍ରିକେଟରଙ୍କ ସମେତ ରାଜନେତାମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗତକାଲି ପାଟଣା ସ୍ଥିତ ସୁଶାନ୍ତଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଛନ୍ତି । ସୁଶାନ୍ତଙ୍କ ପରିବାର ଲୋକଙ୍କୁ ସେ ସାନ୍ତ୍ୱନା ଦେଇଛନ୍ତି । ଏଥିସହ ଟ୍ୱିଟରରେ ଏହି ସମୟର ଏକ ଫଟୋ ସେୟାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ସେ ଲେଖିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ପାଟଣା ସ୍ଥିତ ଘର ପରିଦର୍ଶନ କଲି । ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲି । ଜଣେ ପ୍ରତିଭାବାନ ଅଭିନେତାଙ୍କ ଏପରି ଦୁର୍ଭାଗ୍ୟଜନକ ଅନ୍ତ ଦେଖିବାକୁ ପଡିଲା । ତାଙ୍କ ମୃତ୍ୟୁ ସହ ଚଳଚ୍ଚିତ୍ରରେ କ୍ରିଏଟିଭ ଅଭିନୟର ମଧ୍ୟ ଅଭାବ ହୋଇଗଲା । ସେ ଆହୁରି ଅଧିକ ସଫଳତର ଯୋଗ୍ୟ ଥିଲେ ବୋଲି କେନ୍ଦ୍ର ମନ୍ତ୍ରୀ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଲେଖିଛନ୍ତି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାର ପରଦିନ ଅର୍ଥାତ ଜୁନ୍ ୧୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ଭାବେ ଜଣାପଡିନଥିବା ବେଳେ ସେ ଡିପ୍ରେସନରେ ଥିଲେ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.