Latest Odisha News

BREAKING NEWS

ବାପା, ମାଆ ଓ ଭାଇ ଜେଲରେ, ଅସହାୟ ହୋଇପଡିଛନ୍ତି ୨ ଭଉଣୀ

ନୂଆପଡା: ବାପା ମାଆ ଓ ଭାଇ ଜେଲରେ । ତେଣେ ଅସହାୟ ହୋଇପଡିଛନ୍ତି ଦୁଇ ଭଉଣୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରିଷିଗାଁର ଏହି ଦୁଇ ଭଉଣୀ ଲକ୍ଷ୍ମୀ ଦଳ ଓ ଅଷ୍ଟମୀ ଦଳ । ଭାଉଜଙ୍କ ହତ୍ୟା ଅଭିଯୋଗରେ ଜେଲ୍ ଯାଇଛନ୍ତି ଭାଇ ଚିତମନ ଦଳ, ବାପା ଦ୍ରୋଣ ଦୋଳ ଓ ମାଆ ପୁନେ ଦୋଳ । ସାନ ଭଉଣୀ ଅଷ୍ଟମୀ ପାଠ ପଢୁଥିବାବେଳେ ଲକ୍ଷ୍ମୀ ଉପରେ ଘର ଦାୟିତ୍ୱ । ଅଷ୍ଟମୀର ପେଟ ବଢିବାରେ ଲାଗିଛି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘରେ କେହି ରୋଜଗାରିଆ ନଥିବାରୁ ଉଭୟ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ।

ପଡି କାର୍ଡ ଥିଲେ ମଧ୍ୟ ତିନି ମାସ ହେଲା ଚାଉଳ ପାଇ ନଥିବା ଅଭିଯୋଗ କରିଛନ୍ତି ଦୁଇ ଭଉଣୀ । ମାଟି ଘରଟି ଭାଙ୍ଗିବାକୁ ବସିଲାଣି । ଦୀର୍ଘ ଦିନରୁ ଘର ଖଣ୍ଡେ ପାଇଁ ଆବେଦନ କଲେ ମଧ୍ୟ ଘର ମିଳୁନାହିଁ। ଏବେ ତାଙ୍କ ପାଇଁ ଆହା କହିବା ପାଇଁ କେହି ନାହାଁନ୍ତି । ତେଣୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ । ଅସହାୟ ୨ ଉଭଣୀଙ୍କୁ ସରକାରୀ ସହାୟତା ମିଳିଲେ ଅଷ୍ଟମୀର ଚିକିତ୍ସା ସହିତ ପାଠ ପଢା ଜାରି ରହିପାରିବ ।

Leave A Reply

Your email address will not be published.