Latest Odisha News

BREAKING NEWS

ପ୍ରେମରେ ବାଧକ ସାଜିଲା ଧର୍ମ , ଲାଠି ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ପ୍ରେମ ଏଭଳି ଏକ ଶବ୍ଦ ଯାହାର ତୁଳନା ନାହିଁ  । ପ୍ରେମ କେବେ ଦେଖିନଥାଏ ସ୍ବାର୍ଥ ଟଙ୍କା କି କୌଣସି ଜାତି ଏବଂ ଧର୍ମ । ପ୍ରେମ ସର୍ବଦା ହୃଦୟର ଭାବାବେଗ ସହ ଜଡ଼ିତ ରହିଛି । ଯାହା ମଣିଷକୁ ବଶୀଭୂତ କରିଥାଏ  । ଏହି ପ୍ରେମରେ ଜାତି ଧର୍ମକୁ ନେଇ ମହାରାଷ୍ଟ୍ରର ନାନ୍ଦେଡରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ଜଣେ ହିନ୍ଦୁ ପୁଅ ମୁସଲମାନ ଯୁବତୀଙ୍କୁ ପ୍ରେମ କରିବାରୁ ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି ।

ମୃତ ଯୁବକଙ୍କ ନାମ ହେଉଛି ସ୍ୱପ୍ନିଲ ନାଗେଶ୍ୱର । ସ୍ୱପ୍ନିଲ ତାଙ୍କ ପଡୋଶୀ ଜଣେ ମହିଳାଙ୍କୁ ଭଲ ପାଉଥିଲେ। ପ୍ରେମୀ ଯୁଗଳଙ୍କ ପାଇଁ ଧର୍ମ ବାଧକ ନ ଥିଲା । ସେଥିପାଇଁ ନିଜ ଭଲପାଇବାକୁ ନାଁ ଦେବା ପାଇଁ ଉଭୟ ସମାଜର ଦୃଷ୍ଟି ଆଢୁଆଳରେ ବିବାହ ବି କରିଥିଲେ ।   କିନ୍ତୁ ତାଙ୍କର ଏହି ସମ୍ପର୍କକୁ ଉଭୟଙ୍କ ପରିବାର ତଥା ସମାଜ ବିରୋଧ କରୁଥିଲା । ଆଉ ଏଥିପାଇଁ ସ୍ୱପ୍ନିଳଙ୍କୁ ଜୀବନ ଦେବାକୁ ବି ପଡ଼ିଲା ।

ସ୍ବପ୍ନିଲଙ୍କ ଫାଇଲ ଫଟୋ

 

ତେବେ ସ୍ବପ୍ନିଲଙ୍କୁ କିଛି ଲୋକ ହତ୍ୟା କରିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା  । ଭିଡ଼ିଓରେ ଦେଖିବାକୁ ମିଳିଥିଲା, ଜଣେ ବ୍ୟକ୍ତି ଆସି  ବୁର୍ଖା ପିନ୍ଧି ବସିଥିବା ଉକ୍ତ ଯୁବତୀଙ୍କୁ ଚାପୁଡ଼ା ମାରୁଥିଲେ । ପରେ ଆଉ ୨ ଜଣ ବ୍ୟକ୍ତି ଆସି ତାଙ୍କ ପ୍ରେମିକଙ୍କୁ  ବାଡ଼ି ଓ ଠେଙ୍ଗାରେ ପିଟିଥିଲେ । ଏଥିରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ।  ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।  ସବୁଠୁ ବଡ଼ କଥା ହେଲା ଅଭିଯୁକ୍ତମାନେ ସ୍ବପ୍ନିଲ ଏବଂ ତାଙ୍କ ପ୍ରମିକାଙ୍କୁ ଜାଣିନାହାଁନ୍ତି କି ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ନୁହଁନ୍ତି  ।

ଏନେଇ ସ୍ୱପ୍ନିଲଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ  । ପୋଲିସ ମାମଲା ରୁଜୁ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତ ଫେରାର ରହିଥିବା ଜଣାପଡ଼ିଛି  ।

 

Leave A Reply

Your email address will not be published.