Latest Odisha News

BREAKING NEWS

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନାୟିକା ସାଜିବେ ଦୁଇ ସାଉଥ୍ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ବଲିଉଡ୍ ଫିଲ୍ମରେ ଦକ୍ଷିଣ ଭାରତୀୟ ତାରକାମାନଙ୍କୁ ଅଧିକାଂଶ ଦେଖିବାକୁ ମିଳୁଛି । ସାଧାରଣତଃ ଦକ୍ଷିଣ ଭାରତୀୟ ତାରକାମାନେ ଅଭିନୟରେ ବେଶ୍ ଦକ୍ଷ । ତେଣୁ ବଲିଉଡ଼ ପ୍ରଯୋଜକମାନେ ଏହି ତାରକାମାନଙ୍କୁ ନେବାକୁ ପସନ୍ଦ କରୁଛନ୍ତି । ଏଥିସହିତ ଉତ୍ତର ଭାରତ ଓ ଦକ୍ଷିଣ ଭାରତୀୟ ବଜାରରେ ମଧ୍ୟ ଭଲ ବ୍ୟବସାୟ କରିବାର ଲକ୍ଷ୍ୟନେଇ ବଲିଉଡ୍ ପ୍ରଯୋଜକମାନେ ନିଜ ଫିଲ୍ମରେ ସାଉଥ ତାରକାଙ୍କୁ ନେଉଥିବା ଜଣାଯାଇଛି । ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମରେ ଦୁଇ ସାଉଥ୍ ଅଭିନେତ୍ରୀ ନାୟିକା ସାଜିବାକୁ ଯାଉଛନ୍ତି । ସେମାନେ ହେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଓ ତ୍ରିଷା କ୍ରିଷ୍ଣନ୍ ।

BjdElectrycity

ଏହି ଫିଲ୍ମ ଜରିଆରେ ସାମନ୍ଥାଙ୍କର ବଲିଉଡ୍ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବିଷ୍ଣୁବର୍ଦ୍ଧନ । ଏହାକୁ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯିବ । ଏଥିରେ ତ୍ରିଷା କ୍ରିଷ୍ଣନ୍ ମଧ୍ୟ ରହିବେ । ତ୍ରିଷା ପୂର୍ବରୁ ବଲିଉଡ୍ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ତାଙ୍କର ଶେଷ ଫିଲ୍ମ ଥିଲା ମଣିରତ୍ନମ୍‌ଙ୍କ ‘ପିଏସ୍‌-୨’ । ତାଙ୍କ ହାତରେ ଦକ୍ଷିଣ ଭାରତୀୟ ଖୁବ୍ ବଡ଼ ବଡ଼ ବ୍ୟାନରର ଏକାଧିକ ଫିଲ୍ମ ରହିଛି । ଅନ୍ୟପକ୍ଷରେ ସାମନ୍ଥାଙ୍କର ଶେଷ ତେଲୁଗୁ ଫିଲ୍ମ ଥିଲା ‘ଖୁସି’ । ବାହାଘର ଯୋଗୁ ସେ କିଛି ବର୍ଷ ଅଭିନୟଠାରୁ ଦୂରେଇ ଯାଇଥିଲେ ।

Leave A Reply

Your email address will not be published.