Latest Odisha News

BREAKING NEWS

ମୁଣ୍ଡରେ ଫୁଟ୍‌ବଲ ରଖି ଟାୱାର ଉପରେ ଚଢ଼ି କଲେ ବିଶ୍ୱ ରେକର୍ଡ

ନାଇଜେରିଆ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାରର ରେକର୍ଡ ହାସଲ କରିବାକୁ ରୁଚି ରଖନ୍ତି । ଏହି ଲୋକମାନେ ଏପରି ବିଶ୍ୱ ରେକର୍ଡ ସୃଷ୍ଟି କରନ୍ତି, ଯାହାକୁ କେହି କେବେ ଭାବି ନ ଥିବେ । ନାଇଜେରିଆର ଜଣେ ବ୍ୟକ୍ତି ଏପରି କିଛି କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହି ବ୍ୟକ୍ତି ତାଙ୍କ ମୁଣ୍ଡରେ ଫୁଟ୍‌ବଲ୍ ରଖି ଏକ ରେଡିଓ ଟାୱାର ଉପରକୁ ଚଢ଼ି ବିଶ୍ୱ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି ।

ଟୋନି ସୋଲମନ ନାମକ ଜଣେ ବ୍ୟକ୍ତି ନାଇଜେରିଆରେ ରୁହନ୍ତି । ସେ ମୁଣ୍ଡରେ ଫୁଟବଲ ରଖି ସର୍ବାଧିକ ସଂଖ୍ୟକ ପାହାଚ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି । ଏହି ରେକର୍ଡ ହାସଲ କରିବାକୁ ସେ ରେଡିଓ ଟାୱାର ଚଢ଼ିବାକୁ ଯୋଜନା କରିଥିଲେ । କିନ୍ତୁ ଏହି ରେକର୍ଡ କରିବା ଏତେ ସହଜ ନ ଥିଲା । କାରଣ ଏହାପୂର୍ବରୁ ସେ ନିଜ ମୁଣ୍ଡରେ ଏକ ବଲ୍ ଧରି ଦୀର୍ଘ ଦୂରତା ଚାଲିବାର ରେକର୍ଡ କରିଥିଲେ । ଟୋନି ତାଙ୍କ ମୁଣ୍ଡରେ ଏକ ଫୁଟବଲ ଧରି ପ୍ରାୟ ୬୦ କିଲୋମିଟର ଯାତ୍ରା କରିଥିଲେ । ସେ ନାଇଜେରିଆର ଆମାସୋମାଠାରୁ ୟେନାଗୋଆ ପର୍ଯ୍ୟନ୍ତ ଚାଲିଥିଲେ, ଯାହାକୁ କେହି ବିଶ୍ୱାସ କରି ପାରି ନ ଥିଲେ ।

ସେ ମୁଣ୍ଡରେ ଫୁଟବଲ ରଖି ସର୍ବାଧିକ ସଂଖ୍ୟକ ପାହାଚ ଚଢ଼ି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବେ ବୋଲି ନିଷ୍ପତ୍ତତି ନେଇଥିଲେ । ପରେ ନିକଟରେ ମୁଣ୍ଡରେ ଫୁଟବଲ ଧରି ୧୫୦ ପାହାଚ ଚଢ଼ିଥିଲେ । ସେ ଫୁଟବଲ୍‌କୁ ଧରି ସମୁଦାୟ ୨୫୦ ଫୁଟ ଉଚ୍ଚତା ଅତିକ୍ରମ କରି ଗିନିଜ ୱାର୍ଲଡ ରେକର୍ଡ କରିଥିଲେ । ସେ ମାତ୍ର ସାଢ଼େ ୧୨ ମିନିଟ୍‌ରେ ଏତେ ପାହାଚ ଚଢ଼ି ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ଟୋନି କହିଛନ୍ତି, ସେ ଏହି ରେକର୍ଡ ହାସଲ କରି ଅନ୍ୟମାନଙ୍କୁ ପ୍ରେରଣା ଦେବାକୁ ଚାହୁଁଛନ୍ତି । ଯାହାଦ୍ୱାରା ସେମାନେ ମଧ୍ୟ ବହୁତ ଭଲ କାମ କରିପାରିବେ । ଏନେଇ ସେ ଦୁଇ ମାସ ପ୍ରଶିକ୍ଷଣ ନେଇଥିଲେ । ଏହା କରିବା ଏତେ ସହଜ ନୁହେଁ । ତଥାପି ମୁଁ ମୋ ଲକ୍ଷ୍ୟରେ ସଫଳ ହୋଇଛି ।

 

Leave A Reply

Your email address will not be published.