Latest Odisha News

BREAKING NEWS

ଷଡଯନ୍ତ୍ର : ପାକିସ୍ତାନରେ ଦୁଇ ଭାରତୀୟ ହାଇକମିଶନରର କର୍ମଚାରୀ ନିଖୋଜ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ହାଇକମିଶନରର ଦୁଇ କର୍ମଚାରୀ ନିଖୋଜ ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପାକିସ୍ତାନର ଏହା ଏକ ଷଡଯନ୍ତ୍ର ବୋଲି ଭାରତ ଅନୁମାନ କରୁଛି । ଭାରତ ବିପକ୍ଷରେ ଗୁପ୍ତଚରଗିରି କରିବାବେଳ ଧରାପଡ଼ିଥିବା ଦିଲ୍ଲୀସ୍ଥିତ ପାକିସ୍ତାନୀ କମିଶନରର ଦୁଇ ଜଣ କର୍ମଚାରୀଙ୍କୁ ଭାରତ ବହିଷ୍କାର କରିବା ପରେ ଆଜିର ଘଟଣା ଘଟିଛି । ଇସ୍‌ଲାମାବାଦ ଯାଇଥିବା ଦୁଇ ଜଣ କର୍ମଚାରୀ ସୋମବାର ସକାଳୁ ନିଖୋଜ ହୋଇଯାଇଛନ୍ତି ।

BjdElectrycity

ଏ ସଂକ୍ରାନ୍ତରେ ପାକିସ୍ତାନୀ ସରକାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ଏବଂ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଅଭିଯୋଗ ଦାଏର କରାଯାଇଛି । ଏହା ପରେ ନିରୁଦ୍ଦିଷ୍ଟ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି । ପାକିସ୍ତାନର ଇଣ୍ଟର୍‌-ସର୍ଭିସ୍ ଇଣ୍ଟେଲିଜେନ୍‌ସ୍ ବାରମ୍ବାର ଭାରତୀୟ କୂଟନୀତିଜ୍ଞ ଏବଂ ଅନ୍ୟ ହାଇକମିସନ୍ କର୍ମଚାରୀଙ୍କୁ ଅନୁସରଣ କରୁଛି ।

Leave A Reply

Your email address will not be published.